ଆମ ସଂସ୍କୃତି-ଆମ ଖେଳଣା କାର୍ଯ୍ୟକ୍ରମ
ଯାଜପୁର ଟାଉନ : ବିରଜା ଉଚ୍ଚ ବିଦ୍ୟାଳୟରେ ଆମ ସଂସ୍କୃତି-ଆମ ଖେଳଣା କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଦଶରଥପୁରର ପ୍ରାକ୍ତନ ମଣ୍ଡଳ ଶିକ୍ଷାଧିକାରୀ ଅନ୍ନଦାପ୍ରସାଦ ରଣା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବା ସଂସ୍କୃତି ଓ ଖେଳଣାର ବିଶେଷତ୍ୱ ବିଝାଇଥିଲେ । ଅତିଥିରୂପେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ତଥା ବିରଜା ସଂସ୍କୃତି ବିଶେଷଜ୍ଞ ବିଶ୍ୱମ୍ଭର ମିଶ୍ର, ସାହିତି୍ୟକ ଡଃ ଅକ୍ଷୟ କୁମାର ପଣ୍ଡା, ଏସ୍ଏମ୍ସି ଅଧ୍ୟକ୍ଷ ଦେବାଶିଷ ମହାନ୍ତି ଓ ପ୍ରାକ୍ତନ ଶିକ୍ଷକ ଅଜୟ କୁମାର ଦାସ ଯୋଗ ଦେଇ ଜୀବନକୁ ସରସ ସୁନ୍ଦର କରିବାରେ ଆମ ସଂସ୍କୃତିର ଅବଦନା ବିଷୟ ବର୍ଣ୍ଣନା କରିଥିଲେ । ଶିକ୍ଷକ ଅମୀୟ କୁମାର ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷକ କୃଷ୍ଣ ଚନ୍ଦ୍ର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ପୂର୍ବରୁ ପ୍ରାଥମିକରୁ ମାଧ୍ୟମିକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସାଂସ୍କୃତି ପ୍ରକଳ୍ପ ପ୍ରଦର୍ଶନୀରେ ୫୦ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ବିଭିନ୍ନ ଧର୍ମାବଲମ୍ବିଙ୍କ ପର୍ବ ଯଥା ରଜ, ଇଦ୍, ଗୁଡ଼୍ ଫ୍ରାଇଡ଼େ, କୁମାରତ୍ସୋବ ଓ ସତ୍ୟନାରାୟଣ ପୂଜା ଠାରୁ ବୈଦିକ ବିବାଘର, ଷଠିଘର, ଢିଙ୍କଶାଳ, ବୋଇତ ବନ୍ଦାଣ, ପାରମ୍ପରିକ ଖେଳଣା ଓ ଗୃହ ସାମଗ୍ରୀ ଆଦି ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ପ୍ରଦଶର୍ନନୀକୁ ପରି·ଳନା କରିବାରେ ଶିକ୍ଷୟିତ୍ରୀ ଲକ୍ଷ୍ମୀପି୍ରୟା ରାଉତରାୟ, ରାଜଲକ୍ଷ୍ମୀ ମହାପାତ୍ର, ଲିପିକା ମୁଦୁଲି, ସସ୍ମିତା ସେଠୀ, ମନସ୍ମିତା ଭଦ୍ର, ମିନାକ୍ଷୀ ଜେନା, ଶୁଭଶ୍ରୀ ସେଠୀ, ବିଜୟଲକ୍ଷ୍ମୀ ପରିଡ଼ା ଓ ଅସିମା ଦାସ ସହଯୋଗ କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ପରି·ଳନାରେ ଶିକ୍ଷକ ମୃତୁ୍ୟଞ୍ଜୟ ନାୟକ, ବିବେକାନନ୍ଦ ଦାସ, ଅଶୋକ କର, ଉମେଶ ସ୍ୱାଇଁ, ସମିର ମିଶ୍ର, ଦିଲ୍ଲୀପ ପ୍ରଧାନ, ଗୌତମ ଜେନା, ଆନନ୍ଦମାସି ଲୁଗୁନ୍, ଜମିଲୁର ରସିଦ୍ ଖାଁ ଓ ୟୁସସୁଫ୍ ଅଲ୍ଲୀ ଖାଁ ସହଯୋଗ କରିଥିଲେ । ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।