ପୁଅ ସାମ୍ନାରେ ବାପାକୁ ଇଟାରେ ଛେଚି ହତ୍ୟା
ବାରଙ୍ଗ, ୧୧ା୧୨ : ବାରଙ୍ଗ ଥାନା ନରଣପୁର ଅଞ୍ଚଳରେ ଥିବା ଆପାଟମେଣ୍ଟ ବସ୍ତିରେ ହୋଇଛି ବିଭସô ହତ୍ୟାକାଣ୍ଡ, ପୁଅ ଆଗରେ ବାପାଙ୍କୁ ଇଟାରେ ଛେଚି ଛେଚି ମାରିଦେଲେ ୧୦ରୁ ଉର୍ଦ୍ଧ ଲୋକେ । ଏନେଇ ମୃତୁ୍ୟ ପରିବାର ପକ୍ଷରୁ ବାରଙ୍ଗ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୁଲିସ ହତ୍ୟା ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ, ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।
କଟକ ବାରଙ୍ଗ ଥାନା ଅନ୍ତର୍ଗତ ନରଣପୁରରେ ଘଟିଯାଇଛି ଏକ ହତ୍ୟାକାଣ୍ଡ । ପୁଅ ଆଗରେ ବାପାକୁ କରାଯାଇଛି । ମୃତକଙ୍କ ନାମ ତୋଫାନ ସାମଲ(୪୫) ଓ ସେ କେନ୍ଦ୍ରାପଡାର ମୂଳ ବାସିନ୍ଦା ବୋଲି ଜଣାପଡିଛି । ନରଣପୁର ଗାଁରେ ଘଟିଛି ଅଭାବନୀୟ ଘଟଣା । ଆଜବେଷ୍ଟ ଉପରକୁ ଟେକା ପକାଇବାକୁ ନେଇ ତୋଫାନ ପ୍ରତିବାଦ କରିଥିଲେ । ତେବେ ପ୍ରତିବାଦକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପିରିକି ସ୍ଥାନୀୟ ବାସିନ୍ଦାମାନେ ଇଟାରେ ଛେଚି ଛେଚି ତୋଫାନକୁ ଗୁରୁତର କରିଥିଲେ । ଏହାପରେ ତୋଫାନଙ୍କୁ ଉଦ୍ଧାର କରି ମେଡିକାଲକୁ ନିଆଯାଇଥିଲା, ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ହତ୍ୟାକାଣ୍ଡ ସଂପର୍କରେ ଖବର ପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏପିରିକି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଏସସିବି ମେଡିକାଲକୁ ପଠାଯାଇଛି । ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି । ଅନ୍ୟପଟେ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତ ମାନଙ୍କୁ ଧରିବାକୁ ବାରଙ୍ଗ ଥାନା ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିÿିଥିବା ବେଳେ, ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଥିବା କଟକ ଡିସିପି ଜଗମୋହନ ମିନା ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ମୃତ ତୋଫାନ ବିଲ୍ଡର ସଂସ୍ଥାରେ ଠିକା ଶ୍ରମିକ ଭାବେ କାମ କରୁଥିଲେ । ପୁଅ ସହ ବାରଙ୍ଗ ଅଞ୍ଚଳରେ ରହୁଥିଲେ । ମୃତ ତୋଫାନଙ୍କ ପୁଅ ଓମ ପ୍ରକାଶ କହିଛନ୍ତି, ବାପା ଭାତ ଖାଇବା ପାଇଁ ବାଢୁଥିଲେ । ଏହି ସମୟରେ କେତେକ ଲୋକ ଆସି ବାପାଙ୍କୁ ଘୋଷାଡି ନେଇ ପିଟିଥିଲେ । ସେ ଅଟକାଇବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ପରେ ୨ଟି ଇଟା ଆଣି ବାପାଙ୍କ ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲେ । ମୁଁ ଯେତେ ନେହୁରା ଓ କାକୁତି ମିନତି ହୋଇଥିଲେ ମଧ୍ୟ ସେମାନେ ମୋ ବାପାଙ୍କୁ ଅତି ବିଭର୍ତ୍ସ ଭାବେ ହତ୍ୟା କରିଥିଲେ ।