୪୦ ଲକ୍ଷ ଜମି ଠକେଇ ; ବିଲଡ଼ର ଗିରଫ

୪୦ ଲକ୍ଷ ଜମି ଠକେଇ ; ବିଲଡ଼ର ଗିରଫ

  • ଭୁବନେଶ୍ୱର, ୩୧ା୮ : ସୁନ୍ଦରପଦା ଅଞ୍ଚଳରେ ଜମି ନଥାଇ ଦୁଇଟି ପ୍ଲଟ୍କୁ ଫେକ୍ କାଗଜପତ୍ର ତିଆରି କରି ୪୦ ଲକ୍ଷ ଟଙ୍କା ଠକେଇ କରିଥିବା ଜଣେ ବିଲଡ଼ରକୁ ବାନ୍ଧିଛି ଏୟାରଫିଲ୍ଡ ଥାନା ପୁଲିସ । ଗିରଫ ବିଲଡ଼ର ହେଲେ, ଜଗତସିଂହପୁର ଜିଲ୍ଲାର କୃଷ୍ଠଚନ୍ଦ୍ର ସାହୁ । ଏଠାରେ ସେ ରସୁଲଗଡ଼ ଜିଜିପି କଲୋନୀରେ ରହି ସୁନ୍ଦରପଦା ଅଞ୍ଚଳରେ କିଛି ଜମି କିଣି ଲୋକଙ୍କୁ ବିକ୍ରି କରିବା ପରେ ସେହି ଜମିରୁ ପୁଣି ୨ ଜଣଙ୍କୁ ୮୦ ଲକ୍ଷ ଟଙ୍କାରେ ବିକ୍ରି କରିଥିଲେ । ଯାହାକି ସେଠାରେ କୌଣସି ଜମି ହିଁ ନାହିଁ । ଯାହାଫଳରେ ଜମି କିଣିଥିବା ଲୋକେ ଏୟାରଫିଲ୍ଡ ଥାନାର ଦ୍ୱାରସ୍ତ ପରେ ପୁଲିସ ତଦନ୍ତ ଚଳାଇ ପରେ ମାମଲା ରୁଜୁକରି ଆଜି ବିଲଡ଼ରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।
     ସୂଚନା ଯୋଗ୍ୟଯେ, ଜଗତସିଂହପୁର ଜିଲ୍ଲା ତିରତୋଲର ଅଭିଯୋଗକାରୀ ସାନ୍ତନୁ କୁମାର ସାହୁ ଅଭିଯୁକ୍ତ କୃଷ୍ଠଚନ୍ଦ୍ର ସାହୁଙ୍କ କଣ୍ଟାକ୍ଟରେ ଆସିଥିଲେ । ସେ ଭୁବନେଶ୍ୱରରେ ଜମି କିଣିବାକୁ ଚାହୁଁଥିବା ବେଳେ ଅଭିଯୁକ୍ତ କୃଷ୍ଠଚନ୍ଦ୍ର ତାଙ୍କୁ ତାଙ୍କର ଜମି ଅଛି ସେ ବିକ୍ରି କରିବାକୁ କହିଥିଲେ । ପରେ କୃଷ୍ଠଚନ୍ଦ୍ରଙ୍କ କଥାରେ ବିଶ୍ୱାସ କରି ସେ ତାଙ୍କ ଠାରୁ ୨୦୧୩ ମସିହାରେ ଏକ ୨୦୦୦ ବର୍ଗଫୁଟର ଜମି କିଣିଥିଲେ । ସେହିଭଳି ବିଭିନ୍ନ ଗ୍ରାହକଙ୍କୁ ୩୦ଟି ପ୍ଲଟ୍ ବିକ୍ରି କରିଥିଲେ । ଏହା ଭିତରେ ପୁଣି ସେହି ପ୍ଲଟରୁ ୪୦୦୦ ବର୍ଗଫୁଟ୍ ଜମି ଆଉ ୨ ଜଣଙ୍କୁ ୨୦୧୪ ମସିହାରେ ବିକ୍ରି କରି ୪୦ ଲକ୍ଷ ଟଙ୍କା ନେଇଥିଲେ । ଯାହାକି ସେଠାରେ ଆଉ କୌଣସି ପ୍ଳଟ୍ ନଥିଲା । ଏହି ଭିତରେ ୨୦୨୪ରେ ଲୋକେ ଘର କରିବାକୁ ଆସି ନିଜ ନିଜ ନାମରେ ଥିବା ପ୍ଳଟର ଜମିରେ ଘର କାମ କରିବାକୁ ଚେଷ୍ଟା ବେଳେ ଆରମ୍ଭ ହୋଇଥିଲା ଗ୍ରାହକଙ୍କ ମଧ୍ୟରେ ଗଣ୍ଡଗୋଳ । ୨ଟି ଜମିର ୪ ଜଣ ମାଲିକଙ୍କ ନାମରେ ରହିଛି ମାଲିକାନା । ଏଭଳି ଘଟଣା ପରେ ଅଭିଯୋଗକାରୀ ମାନେ ଜାଣିବାକୁ ପାଇଥିଲେ ଠକ ବିଲଡର ପାଖରେ ସମୁଦାୟ ୩୦ଟି ପ୍ଲଟ୍ ରହିଛି । ସେହି ସବୁ ପ୍ଲଟକୁ ସେ ବିକ୍ରି କରିବା ସତ୍ୱେ ପୁଣି ସେହି ପ୍ଲଟରୁ ଆଉ ୨ ଜଣଙ୍କ ନାଁରେ କାଗଜପତ୍ର କରାଇ ସେମାନଙ୍କ ନାମରେ ଜମି ରେଜିଷ୍ଟ୍ରି କରାଯାଇଛି । ଏନେଇ ୩ ଜଣ ଗ୍ରାହକ ଏୟାରଫିଲ୍ଡ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଚଳାଇ ଆଜି ଅଭିଯୁକ୍ତକୁ ରସୁଲଗଡ଼ ଜିଜିପି କଲୋନୀ ଅଞ୍ଚଳରୁ ଗିରଫ କରିଛି ।