ସିଟିଜେନ କମିଟିର କାର୍ଯ୍ୟକାରିଣୀ ବୈଠକ
ଜୟପୁର : ସହରର ଅଗ୍ରୀଣ ଅନୁଷ୍ଠାନ ଜୟପୁର ସିଟିଜେନ କମିଟିର ଏକ କାର୍ଯ୍ୟକାରିଣୀ ବୈଠକ ନିଜସ୍ୱ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପ୍ରଶାସନକୁ ସହରରେ ରହିଥିବା ସମସ୍ୟା ଏବଂ ତାହାର ସମାଧାନ କରିବା ନିମନ୍ତେ ଲିଖିତ ଅନୁରୋଧ କରିବା ସହ ଦାବି କରିଛନ୍ତି । ଏଥିମଧ୍ୟରୁ ପ୍ରମୁଖ ଦାବିଗୁଡ଼ିକ ହେଲା ସହର ମଧ୍ୟ ଦେଇ ଯାଉଥିବା ପ୍ରମୁଖ ନର୍ଦ୍ଦମା ଗୁଡ଼ିକୁ ଭୂତଳ ଶ୍ୱେଏଜ ସିଷ୍ଟମରେ ଅନ୍ତର୍ଭୁକ୍ତ କରିବା, ସହରରେ ଗୋଟିଏ ରାତ୍ର ପୋଷ୍ଟ ଅଫିସ କରିବା, ସହରର ମଧ୍ୟ ଭାଗରେ ରେଳ ଯାତ୍ରା ଟିକଟ୍ ବୁକିଙ୍ଗ କାଉଣ୍ଟର କରିବା, ସର୍ଦ୍ଦାର ପଟେଲ ମାର୍ଗରେ ମହିଳାଙ୍କ ନିମନ୍ତେ ଆଧୁନିକ ଶୌଚାଳୟ କରିବା, ବରିଷ୍ଠ ନାଗରିକଙ୍କୁ ପରିଚୟ ପତ୍ର ପ୍ରଦାନ, ସହରରେ ଭୁ ବନ୍ଦବସ୍ତ ସେଟେଲମେଣ୍ଟ କରିବା ଆଦି ଉଲ୍ଲେଖ ରହିଛି । ଏହି ବୈଠକରେ ସଭାପତି ବିନଦିନି ସାନ୍ତ୍ରାପାତ୍ର, ସମ୍ପାଦକ ଜି ଭି ରେଡ୍ଡୀ, ଉପଦେଷ୍ଟା ସତ୍ୟବାନ ପଣ୍ଡା, ଉପସଭାପତି ମଦନ ମୋହନ ନାୟକ, କାର୍ଯ୍ୟକାରିଣୀ ସଦସ୍ୟ ଭୀମସେନ ଅଗ୍ରୱାଲ, ଦେବେନ୍ଦ୍ର ବାହିନୀପତି, ପି ମହେଶ୍ୱର, ପରମେଶ୍ୱର ପାତ୍ର, ରନôାକର ଚୌଧୁରୀ, ଜି ଭି ରାଓ, ଭବାନୀ ଆଚାର୍ଯ୍ୟ, ଗୀତ ପ୍ରକାଶ ମିଶ୍ର, ସାନ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ ।