ରାଜ୍ୟସ୍ତରୀୟ ବିରଜାକ୍ଷେତ୍ର ଫେଷ୍ଟିଭାଲ ଉଦ୍ଘାଟିତ

ଯାଜପୁର : ରାଜ୍ୟସ୍ତରୀୟ ବିରଜାକ୍ଷେତ୍ର ଫେଷ୍ଟିଭାଲ୍ ଉଦ୍ଘାଟିତ ହୋଇଯାଇଛି । ‘ବିରଜା କଲ୍ଚରାଲ୍ ଏକାଡେମୀ’ ଓ ‘ବିରଜାକ୍ଷେତ୍ର ଫେଷ୍ଟିଭାଲ୍ କମିଟି ଆନୁକୂଲ୍ୟରେ ଗୌତମବୁଦ୍ଧ ସଂସ୍କୃତି ଭବନ ସଭାଗୃହରେ ଉଦ୍ଘାଟନୀ ସମାରୋହରେ ଏକାଡେମୀ ସଭାପତି ଘନ ପରିଡା ସଭାପତିତ୍ୱ କରିଥିଲେ । ସମାରୋହରେ ଅତିଥିଭାବେ ବାଲେଶ୍ୱରର ପ୍ରାକ୍ତନ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ବିଶିଷ୍ଟ ଗାଳ୍ପିକ ଝରଣା ପଟ୍ଟନାୟକ, ଆଇନଜୀବୀ ରାଧାରାଣୀ ମହାପାତ୍ର, ଶିକ୍ଷାବିତ୍ ଡ.ବଟକୃଷ୍ଣ ମହାପାତ୍ର, ଧରଣୀଧର ମହାପାତ୍ର ଓ ଏକାଡେମୀର ପ୍ରତିଷ୍ଠାତା ଗୁରୁ ଆଶିଷ କୁମାର ଦାସ ଯୋଗଦେଇ ସ୍ୱତନ୍ତ୍ର ଓଡ଼ିଶା ଗଠନରେ ମଧୁବାବୁଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ଅଧ୍ୟାପକ ଦାମୋଦର ବେହେରା ସ୍ୱାଗତ ଭାଷଣ, ଡ.ରବୀନ୍ଦ୍ର କୁମାର ପରିଡ଼ା ଅତିଥି ପରିଚୟ, ସେକ୍ ଅବୁଦୁଲ୍ ସାଜିଦ୍ ମଂଚ ଆମନ୍ତ୍ରଣ ଓ ଡ. ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଏକାଡେମୀର ସାଂସ୍କୃତିକ ସଂପାଦିକା ପ୍ରତିମା ମିଶ୍ରଙ୍କ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ନୃତ୍ୟ ମାଧ୍ୟମରେ ‘ବନେ୍ଦ ଉକ୍ରଳ ଜନନୀ’ ରାଜ୍ୟ ସଂଗୀତ ପରିବେଷଣ କରାଯାଇଥିଲା । ଦେଶମାତୃକାର ସେବାରେ ନିଜକୁ ସମର୍ପିତ କରିଥିବା ଓ ବିଭିନ୍ନ କ୍ଷେତ୍ରରେ ଅବଦାନ ପାଇଁ ବରେଣ୍ୟ ଅତିଥିମାନଙ୍କ ସମେତ ପ୍ରଫେସର ଡ.ସସ୍ମିତା ସ୍ୱାଇଁ, ଡା.ସୁପ୍ରକାଶ ଶତପଥୀ, ଡ. କୁଳମଣି ବାରିକ, ଡ. ପ୍ରମୋଦ କୁମାର ଶତପଥୀ, ଇଂ. ଅଲେଖ ଜେନା, ଶିକ୍ଷାବିତ୍ ବିଜୟ ମୋହନ ରାୟ, ଅନ୍ନଦା ପ୍ରସାଦ ରଣା, ଜହିରୁଦ୍ଦିନ୍ ଖାଁ, ଡା.ରାମଚନ୍ଦ୍ର ପଣ୍ଡା.ଡ.ପ୍ରଜ୍ଞାପାରମିତା ଦେବତା, ରିତା ବେହେରା, ଗାଳ୍ପିକ ନିର୍ମଳ ଚନ୍ଦ୍ର ରାଉତ, ସାମ୍ବାଦିକ ଆଦିତ୍ୟ ମେକାପ ଓ ସୁଦୀପ୍ତ କୁମାର ରାୟ, ସମାଜସେବୀ ଚନ୍ଦ୍ରମଣି ସାମଲ, ପ୍ରହ୍ଲାଦ ଜେନା, ଗୋବିନ୍ଦ ଚନ୍ଦ୍ର ସାମଲ ପ୍ରମୁଖ ୨୩ଜଣଙ୍କୁ ‘ଉକ୍ରଳ ଗୌରବ ମଧୁସୂଦନ ସମ୍ମାନ-୨୦୨୫’ପ୍ରଦାନ କରାଯାଇଥିଲା । ଯାଜପୁର ଜିଲା ସମେତ ପାଶ୍ୱର୍ବର୍ତୀ  ଭଦ୍ରକ, କେନ୍ଦ୍ରପଡ଼ା, ବାଲେଶ୍ୱର ଓ କେନ୍ଦୁଝର ଜିଲାରୁ ୨୦୦ପ୍ରତିନିଧି ସମାରୋହରେ ଯୋଗାଦାନ କରିଥିଲେ ।