ରାସ୍ତା ପ୍ରଶସ୍ତିକରଣ ପ୍ରକ୍ରିୟା ଆରମ୍ଭ

 ଜୟପୁର : ଜୟପୁର ପୌର କାର୍ଯନିର୍ବାହୀ ଅଧିକାରୀ ଏ ଶସ୍ୟା ରେଡ୍ଡୀଙ୍କ ନିଦେ୍ର୍ଦଶ କ୍ରମେ ପୌର କର୍ମଚାରୀ ରାଜସ୍ୱ କର୍ମଚାରୀ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗୀୟ ଅଧିକାରୀ ଏବଂ ପୋଲିସ କର୍ମଚାରୀ ମାନଙ୍କ ଉପସ୍ଥିତିରେ ନୀଳକଣ୍ଠେଶ୍ୱର ମନ୍ଦୀର ରାସ୍ତାକୁ ମୁଖ୍ୟ ସଡକ ସର୍ଦାର ବଲ୍ଲଭାଇ ପଟେଲ ମାର୍ଗ ଠାରୁ ହାଇସ୍କୁଲ ପର୍ଯ୍ୟନ୍ତ ଚାଳିଶି ଫୁଟିଆ ରାସ୍ତା କରିବା ନିମନ୍ତେ ମାପଚୁପ ଆରମ୍ଭ କରିଛନ୍ତି । କିନ୍ତୁ ପରିତାପର ବିଷୟ ମୁଖ୍ୟ ସଡ଼କ ଠାରୁ ଅଶିଏ ମିଟର ପର୍ଯ୍ୟନ୍ତ ତିରିଶି ଫୁଟ କରିବା ନିଦେ୍ର୍ଦଶ ଦେଇଥିବା ଯୋଗୁଁ ଭବିଷ୍ୟତ ଏହା ପୁଣି ଗମନାଗମନ ସମସ୍ୟା ସୃଷ୍ଟି ହେବା ଆଶଙ୍କା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖାଯାଇଛି । ଏହି ରାସ୍ତା ଚିହ୍ନଟ ସମୟରେ ଦେଖିବାକୁ ମିଳିଛି ରାସ୍ତାର ଉତ୍ତର ପଟକୁ ସାଧାରଣ ଜନତାଙ୍କ ଆବାସ ଗୃହ ରହିଥିବା ବେଳେ ଦକ୍ଷିଣ ପଟକୁ ରାଜ ଉଆସର ପାଚେରୀ ରହିଛି କିନ୍ତୁ ପ୍ରଶାସନ କେବଳ ଉତ୍ତର ପଟକୁ ଚିହ୍ନଟ କରି ଗଡକାନ୍ଥକୁ ରଖିବା ନିମନ୍ତେ ସମସ୍ତ ପ୍ରୟାସ କରିଥିବା ସହ ରାଜ ପରିବାରକୁ ଅହେତୁକ ଅନୁକମ୍ପା ଦେଖେଇଥିବା ସାଧାରଣରେ ଚର୍ଚ୍ଚା ହେଉଛି । ଏହା ସହ ବିଦୁ୍ୟତ ଟ୍ରାନସଫରମର ବାଧକ ସାଜିଛି ଏହାକୁ ସ୍ଥାନାନ୍ତର କରିବା ଏକ ସମସ୍ୟା ରହିଥିବା ଦେଖାଯାଇଛି । ସମ୍ପୂର୍ଣ୍ଣ ନୀଳକଣ୍ଠେଶ୍ୱର ମନ୍ଦିର ରାସ୍ତାଟିକୁ ମୁଖ୍ୟ ସଡ଼କ ଠାରୁ ଉଭୟ ପଟୁ ଜାଗା ଅଧିଗ୍ରହଣ କରି ଚାଳିଶି ଫୁଟ କରିବାକୁ ସାଧାରଣରେ ଦାବି ହୋଇଛି ।