ଉଚ୍ଚଶିକ୍ଷା ବିଭାଗର ରକ୍ତଦାନ ଶିବିର
ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ରାଜ୍ୟ ଏନ୍ଏସ୍ଏସ୍ ଶାଖା ଏବଂ ବିଭାଗର ସାଂସ୍କୃତିକ ସଂଘର ମିଳିତ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଉଚ୍ଚଶିକ୍ଷା ବିଭାଗର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିବା ଏହି ରକ୍ତଦାନ ଶିବିରରେ ୬୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇ ରେଡ୍କ୍ରସ୍ ଆଞ୍ଚଳିକ ରକ୍ତଭଣ୍ଡାରକୁ ହସ୍ତାନ୍ତର କରାଯାଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିବା ସହିତ ନିଜେ ମଧ୍ୟ ରକ୍ତଦାନ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ଅର୍ଥ ପରାମର୍ଶ ଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ମନୋରଞ୍ଜନ ନାୟକ, ସ୍ୱତନ୍ତ୍ର ଶାସନ ସଚିବ ପ୍ରମୋଦ କୁମାର ମିଶ୍ର, ଏନ୍ଏସ୍ଏସ୍ ଏବଂ ରେଡକ୍ରସ ସ୍ୱେଚ୍ଛାସେବୀମାନେ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାନ କରିଥିଲେ । ଉଚ୍ଚଶିକ୍ଷା ବିଭାଗର ନିଦେ୍ର୍ଦଶକ କାଳୀ ପ୍ରସନ୍ନ ମହାପାତ୍ର, ସ୍ୱତନ୍ତ୍ର ଶାସନ ସଚିବ ରମାକାନ୍ତ ନାୟକ, ଅତିରିକ୍ତ ଶାସନ ସଚିବ ପ୍ରଶାନ୍ତ ମହାପାତ୍ର, ଯୁଗ୍ମ ଶାସନ ସଚିବ ପ୍ରତିଭା ସାହୁ, ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା, ଏନ୍ଏସ୍ଏସ୍ ଆଞ୍ଚଳିକ ଶାଖା ନିଦେ୍ର୍ଦଶକ ସୁଶ୍ରୀ ସରିତା ପଟେଲ, ଉଚ୍ଚଶିକ୍ଷା ବିଭାଗ ସାଂସ୍କୃତିକ ସଂଘର ସଭାପତି ସୌମ୍ୟ ରଞ୍ଜନ ବେହେରା ଏବଂ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାତାଙ୍କ ଉସôାହିତ କରିଥିଲେ ।