ଜିଲ୍ଳାରେ ବିଗିଡ଼ିଗଲାଣି ଆଇନଶୃଙ୍ଖଳା

ପୁରୀ  : ପିପିଲି ଅଞ୍ଚଳରେ ଜଣେ ନାବାଳିକାକୁ କୁକର୍ମ କରାଯାଇଥିବା ଘଟଣାରେ ନ୍ୟାୟ ପ୍ରଦାନ ପାଇଁ ପୁରୀ ଜିଲ୍ଳା ଏସ୍ପିଙ୍କୁ ଭେଟିଛନ୍ତି ବିଜୁ ଜନତା ଦଳର ଏକ ପ୍ରତିନିଧି ଦଳ । ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁଙ୍କ ନେତୃତ୍ୱରେ ପୂର୍ବତନ ସାଂସଦ ରାଜଶ୍ରୀ ମଲ୍ଲିକ, ଲୋପାମୁଦ୍ରା ବକ୍ସିପାତ୍ର, ଜିଲ୍ଳା ବିଜେଡ଼ି ସଭାପତି ଉମାକାନ୍ତ ସାମନ୍ତରାୟ, ପିପିଲିର ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥୀ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ ପ୍ରମୁଖ ଏସ୍ପିଙ୍କୁ ଭେଟି ପୁରୀ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିଥିଲେ । ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଓ ନାରୀ ସୁରକ୍ଷା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଏହି ପ୍ରତିନିଧି ମଣ୍ଡଳୀ । ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଫାଷ୍ଟଟ୍ରାକ୍ କୋର୍ଟରେ ମାମଲାର ବିଚାର ହେବ ବୋଲି ଏସ୍ପି ବିନିତ ଅଗ୍ରୱାଲ ସୂଚନା ଦେଇଥିଲେ । କିଛିଦିନ ତଳେ ପିପିଲିରେ ଏକ ଲଜ୍ଜ୍ୟାଜନକ ଘଟଣା ଘଟିଥିଲା । ପିପିଲି ଥାନା ଅନ୍ତର୍ଗତ ବିଜ୍ଞାପିତ ଅଞ୍ଚଳରେ ଏକ ୭ବର୍ଷୀୟା ନାବାଳିକା ଜଣକ ଜଣେ ଫେରିବାଲା ଠାରୁ ରବର ବ୍ୟାଣ୍ଡ କିଣିବା ପାଇଁ ତା ଘରକୁ ଯାଇଥିବା ବେଳେ ଫେରିବାଲା ନାବାଳିକା ସହିତ କୁକର୍ମ କରି ଛାଡ଼ିଦେଇଥିଲା । ଭୟରେ ନାବାଳିକା ପରିବାରଙ୍କୁ ଜଣାଇନଥିଲା । ପରବର୍ତ୍ତୀ ସମୟରେ ଅଧିକ ଯନ୍ତ୍ରଣା ହେବାକୁ ପୀଡ଼ିତାକୁ ଭୁବନେଶ୍ୱରର ଏକ ଚିକିସôାଳୟକୁ ନିଆଯାଇଥିଲା  ।