ପୁଲିସ ମହାନିଦେ୍ର୍ଦଶକଙ୍କ ନୂଆପଡ଼ା ଗସ୍ତ

 ନୂଆପଡା: ନୂଆପଡ଼ା ଜିଲ୍ଲା ୫ କିଲୋମିଟର ଦୂରତାରେ ଓଡ଼ିଶା ଛତିଶଗଡ଼ ସୀମାନ୍ତରେ ପୁଲିସକୁ ମିଳିଛି ବଡ ସଫଳତା । ଯବାନଙ୍କ ଏନ୍କାଉଣ୍ଟରରେ ୧୪ ମାଓବାଦୀଙ୍କ ନିହତ ଘଟଣା ନେଇ ପୁଲିସ ମହାନିଦେ୍ର୍ଦଶକ ୱାଇ ବି ଖୁରାନା ଆସି ଘଟଣା ସମ୍ପର୍କରେ ପୁଲିସ ଅଧିକାରୀ ସହ ଆଲୋଚନା କରିଥିବାବେଳେ ପୁଲିସ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ । ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ ଗରିଆବନ୍ଧ ଜିଲ୍ଲା ଅନ୍ତର୍ଗତ କୁଲାହାରିଘାଟର ଭାଲୁଡିଗି ଜଙ୍ଗଲରେ ଏନକାଉଣ୍ଟବେଳେ ମାଓବାଦୀ ନିହତ ସଂଖ୍ୟା ବୃଦ୍ଧି ହେବା ନେଇ ପୁଲିସ ମହାନିଦେ୍ର୍ଦଶକ ୱାଈ ବି ଖୁରାନା ସୂଚନା ଦେଇଛନ୍ତି । ତାଙ୍କ ସହିତ ପୁଲିସ ଆଇଜି ଅପରେସନ, ନୂଆପଡ଼ା ପୁଲିସ ଆରକ୍ଷୀ ଅଧିକ୍ଷକ ଜିଆର ରାଘବେନ୍ଦ୍ର, ନୀତିଶେଖର ଅଖିଳେଶ ସିଂ ପ୍ରମୁଖ ଯୋଗ ଦେଇଥିଲେ । ଅପରେସନରେ ତିନି ଗୋଟି ଯବାନ ଦଳ ସାମିଲ ହୋଇଥିବାବେଳେ ଏହି  ସଫଳତାରେ ଅତ୍ୟାଧୁନିକ ରଣନୀତି ବ୍ୟବହାର ସହ ବହୁ ବିଷୟ ସମ୍ମୁଖକୁ ଆସିଛି । ଗତ ୧୯ ତାରିଖ ଦିନ ମାଓ ଓ ସୁରକ୍ଷା ବାହିନୀ ମଧ୍ୟରେ  ଗୁଳି ବିନିମୟ ବେଳେ ୨ଜଣ ମହିଳା ମାଓବାଦୀ ମୃତୁ୍ୟ ହୋଇଥିଲେ । ସର୍ଚ୍ଚ ଅପରେସନ ଜାରି ରହିଥିଲା । ୨୦ତାରିଖ ଦିନ ୧୨ ଜଣ ମାଓବାଦୀ ନିହତ ହୋଇଥିଲେ । ସେଥିମଧ୍ୟରୁ ମାଓବାଦୀ ସଙ୍ଗଠନର କେନ୍ଦ୍ର କମିଟି ସଦସ୍ୟ ଜୟୀରାମ ଏବଂ ଅନ୍ୟ ଜଣେ ଆନ୍ଦ୍ରା କେଡର ମାଓବାଦୀ ନିହତ ହୋଇଛନ୍ତି । ତେବେ ଆସନ୍ତା ଦିନରେ ନିହତ ସଂଖ୍ୟା ଆହୁରି ବୃଦ୍ଧି ହୋଇପାରେ ବୋଲି ପୁଲିସ ମହାନିଦେ୍ର୍ଦଶକ ପ୍ରକାଶ କରିଛନ୍ତି । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏସ୍ଓଜିଙ୍କ ସଫଳତା ପାଇଁ ତାଙ୍କ ଆର୍ଥôକ ସଫଳତାକୁ ୮ହଜାରରୁ ବୃଦ୍ଧି କରି ସିଧାସଳଖ ୨୫ହଜାର କରିଥିବା ସୂଚନା ଦେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦେଇଥିବା ପ୍ରତିଶ୍ରୁତି ଆସନ୍ତା ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓବାଦୀ, ନକ୍ସଲ ମୁକ୍ତ ଭାରତ ଗଠନର ଏକ ପ୍ରୟାସ ବୋଲି ମତବ୍ୟକ୍ତ କରିଥିଲେ । ଏହି ଘଟଣା ପରେ ମାଓ ଗତିବିଧି ବୃଦ୍ଧି ହେବା ନେଇ ସୀମାନ୍ତ ଅଞ୍ଚଳରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।