ପାଣି ନଥିବାରୁ ଶୌଚାଳୟରେ ତାଲା
ଆନନ୍ଦପୁର: ଚାରି କୋଟିରୁ ଉର୍ଦ୍ଧ ମୂଲ୍ୟରେ ନିର୍ମାଣ କରାଯାଇଥିବା ଆନନ୍ଦପୁର ଅତ୍ୟାଧୁନିକ ବସ ଷ୍ଟାଣ୍ଡ ନାହିଁ ନାହିଁରେ ଚାଲିଛି । ତତକାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିବା ବସଷ୍ଟାଣ୍ଡ ଉଦ୍ଘାଟନ ପରେତାଲା ଝୁଲିଲା । ତୀବ୍ର ଅସନ୍ତୋଷ ପରେ ପରିବହନ ବିଭଗ ପକ୍ଷରୁ ଏଇ ମାତ୍ର ତିନିମାସ ହେଲା ତାଲା ଖୋଲା ଯାଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଲାଇଟ ପାସ ପାଇଁ ଛାତରେ ଲାଗିଥିବା ଫାଇବରରୁ ପ୍ରବଳ ମାତ୍ରାରେ ପାଣି ଗଳୁ ଥିବା ବେଳେ ଗତ ପାଞ୍ଚ ଦିନ ହେଲା ବସ ଷ୍ଟାଣ୍ଡରେ ବିଦୁ୍ୟତ ସଂଯୋଗ କାଟି ଦିଆ ଯାଇଛି । ପାଣି ଆସୁନଥିବାରୁ ସରକାର ଯେଉଁ ମହତ ଉଦେଶ୍ୟରେ ବସ ଷ୍ଟାଣ୍ଡ ନିର୍ମାଣ କରିଥିଲେ ତାହା ଆଜି ଯାତ୍ରୀଙ୍କ ଦୁଃଖ ପାଲଟି ଯାଇଛି । ପାଣି ଆସୁ ନଥିବାରୁ ବସଷ୍ଟାଣ୍ଡ କାର୍ଯ୍ୟାଳୟର କର୍ମଚାରୀ ଶୌଚାଳୟକୁ ତାଲା ପକାଇ ଦେଇଛନ୍ତି । ଯଦ୍ୱାରା ଦୂର ଦୁରାନ୍ତରୁ ଆସୁଥିବା ମହିଳା ଯାତ୍ରୀ ଶୌଚ ପାଇଁ ଲଜ୍ୟା ନିବାରଣ କରି ମୁକ୍ତାକାଶ ତଳେ କାମ ଚଳାଉଛନ୍ତି । ବିଦୁ୍ୟତ ସଂଯୋଗ କଟା ଯାଇଥିବାରୁ ସନ୍ଧ୍ୟା ହେଲେ ଅସମାଜିକ ତତ୍ୱଙ୍କ ଆଡ଼ାଜମୁଛି । ଏନେଇ ପରିବହନ ବିଭାଗର କାର୍ଯ୍ୟରତ ସୁପରଭାଇଜର ଅକ୍ଷୟ ସାହୁଙ୍କୁ ପଚାରିବାରୁ ସେ ତାଙ୍କ ଉପରିସ୍ଥ କର୍ମଚାରୀ ଡିଏମଙ୍କୁ ଅବଗତ କରାଇଥିବା କଥା କହିଥିଲେ । ବିଦୁ୍ୟତ ବିଲ ପଇଠ ପାଇଁ ବିଡ଼ିଓ ବ୍ୟାଙ୍କରେ ଏକ ଏକାଉଣ୍ଟ ଖୋଲି ସାରିଲେଣି. ଆଉ ୪ କିମ୍ବା ୫ ଦିନ ଭିତରେ ପରିସ୍ଥିତି ସ୍ୱାଭାବିକ ହେବ ବୋଲି କହିଛନ୍ତି ।