ମା’ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର
ବାଲିଚନ୍ଦ୍ରପୁର: ଉତ୍ତରପ୍ରତାପ ପଞ୍ଚାୟତ ଅଧିନ ନରସିଂହପୁର ସ୍ଥିତ ଶ୍ରୀ ଦଧିବାମନ ଜୀଉ ସଂସ୍କୃତ ମହାବିଦ୍ୟାଳୟରେ ମା’ରମାଦେବୀଙ୍କ ୧୨୫ତମ ଜୟନ୍ତୀ ଅବସରରେ ମା’ରମାଦେବୀ ଓ ବିକଶିତ ଓଡ଼ିଶା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୃଷ୍ଣ ଚନ୍ଦ୍ର ପାତ୍ର ଉଦଘାଟନ କରିଥଲେ । ମହାବିଦ୍ୟାଳୟର ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ସୁଜାତା ଦାସ ସଂଯୋଜନା କରି ମା’ରମାଦେବୀ ହେଉଛନ୍ତି ଓଡ଼ିଆ ନାରୀମାନଙ୍କର ସ୍ୱାଭିମାନ ବୋଲି ଅଭିହିତ କରିଥଲେ । ସମ୍ମାନିତ ଅତିଥି ଅବସରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ କେନ୍ଦ୍ରାପଡା, ପ୍ରଭାସ ଚନ୍ଦ୍ର ଦାସ ମା ରମାଦେବୀଙ୍କ ବହୁମୁଖି ପ୍ରତିଭା ସମ୍ବନ୍ଧରେ ଆଲୋକପାତ କରିଥଲେ । ଅନ୍ୟତମ ଅତିଥି ସର୍ବୋଦୟ କର୍ମୀ ରମାକାନ୍ତ ମଣ୍ଡଳ ମା ରମାଦେବୀ ହରିଦାସପୁର ରେଳ ଷ୍ଟେସନ ଠାରୁ ଉତରପ୍ରତାପ ପଞ୍ଚାୟତର ବେଦୀପୁର ଗ୍ରାମ ପର୍ଯ୍ୟନ୍ତ ପଦଯାତ୍ରା ଓ ସେବାକୁ ମନେପକାଇ ଆଜିର ବିକଶିତ ଓଡ଼ିଶାରେ ରମାଦେବୀଙ୍କ ଚିନ୍ତାଧାରାର ଆବଶ୍ୟକତା ଅଛି ବୋଲି ଅଭିହିତ କରିଥଲେ । ସମ୍ମାନିତ ଅତିଥି ଅଧ୍ୟାପକ ପ୍ରଶାନ୍ତ କୁମାର ସାହୁ ମା ରମାଦେବୀଙ୍କ ଜୀବନୀ ଉପରେ ଆଲୋକପାତ କରିଥଲେ । ବକ୍ତା ସମ୍ପାଦକ ଗୋପବନ୍ଧୁ ରମାଦେବୀ ଆଶ୍ରମର ସମ୍ପାଦକ ନିମାଇଁ ରାୟ ଆଧୁନିକ ଓଡ଼ିଶା ଓ ରମାଦେବୀ ଭାବନା ସମ୍ପର୍କରେ ଭାବଗର୍ଭକ ଆଲୋଚନା କରିଥଲେ । ପ୍ରାରମ୍ଭରେ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଅଧ୍ୟାପିକା ପ୍ରମିଳା ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅଧ୍ୟାପକ ସୁରେଶ ଚନ୍ଦ୍ର ଲେଙ୍କା, ଗୌରୀଶଙ୍କର ମିଶ୍ର, ଅଧ୍ୟାପିକା ମନ୍ଦାକିନୀ ରାଉତ, କର୍ମଚାରୀ ପ୍ରଶାନ୍ତ କୁମାର ପଣ୍ଡା, ହେମନ୍ତ କୁମାର ଦାସ ଓ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।