ଇଦ୍-ଉଲ-ଜୁହା ଶୃଙ୍ଖଳିତ

କେନ୍ଦ୍ରାପଡ଼ା  : ମୁସଲମାନ ସଂପ୍ରଦାୟଙ୍କ ପ୍ରସିଦ୍ଧ ଇଦ୍-ଉଲ-ଜୁହା ପର୍ବ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଛି । ସକାଳ ୭ଟା ରୁ ବିଭିନ୍ନ ମସଜିଦ୍, ନୂଆ ଇଦଘା, ପୁରୁଣା ଇଦ୍ଘା ଓ ହାଇସ୍କୁଲ ଛକରେ ଥିବା ଅହେଲେ ହଦିସ ଇଦଘା ପଡିଆରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସ୍ଥାନରେ କଡ଼ା କଡ଼ି ଭାବେ ପାଟ୍ରୋଲିଂ କରାଯାଇଥିବା ବେଳେ ସମ୍ବେଦନଶୀଳ ଛକ ମାନଙ୍କରେ ପୁଲିସ ମୁତୟନ ରହିଥିଲେ । କୌଣସି ସ୍ଥାନରେ କିଛି ଅଘଟଣ ଘଟି ନଥିବା ଜଣାପଡ଼ିଛି । ଶୃଙ୍ଖଳାର ସହିତ ଇଦ୍-ଉଲ-ଜୁହା ପର୍ବ ପାଳିତ ହୋଇଥିବା ଜଣାପଡିଛି ।