ପୂର୍ଣ୍ଣଚନ୍ଦ୍ର ରଥଙ୍କ ଜନ୍ମ ବାର୍ଷିକୀ

 ବଲାଙ୍ଗିର  : ସାମାଜିକ ସଂଗଠନ ଅଭିଭାବକ ମଞ୍ଚ ବଲାଙ୍ଗିର ପକ୍ଷରୁ ସ୍ଥାନୀୟ ପୂର୍ଣ୍ଣଚନ୍ଦ୍ର ପାଠାଗାରର ସମ୍ମିଳନୀ କକ୍ଷରେ ଧର୍ମବ୍ରତ ରଥଙ୍କ ସଭାପତିତ୍ୱରେ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ୧୧୬ତମ ଜନ୍ମ ବାର୍ଷିକୀ ପାଳନ କରାଯାଇଛି । କସ୍ତୁରୀ ରଥ ସଭା ସଂଯୋଜନା କରିଥିଲେ । ମଂଚାସିନ ଅତିଥି ଗଣ ପ୍ରଥମେ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିବା ପରେ ସମ୍ପାଦକ ଗୋବିନ୍ଦ ମିଶ୍ର ସଭାର ଉଦେ୍ଦଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟ ଅତିଥି ବିଶିଷ୍ଟ କୋସଲବାଦୀ ନେତା ପ୍ରମୋଦ ମିଶ୍ର ଐତିହାସିକ ସ୍ୱର୍ଗତ ପୂର୍ଣ୍ଣଚନ୍ଦ୍ର ରଥଙ୍କ ନେତୃତ୍ୱରେ ସ୍ୱାଧିନତାର ବହୁ ପୂର୍ବରୁ ବଲାଙ୍ଗିର ପାଟଣା ଷ୍ଟେଟରେ ଗଢି ଉଠିଥିବା ସାମାଜିକ, ସାଂସ୍କୃତିକ ତଥା ରାଜନୈତିକ ଆନେ୍ଦାଳନ ସମୁହର ଏକ ବିଶ୍ଲେଷଣାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ । ସମଗ୍ର କୋସଳାକୁ ଆନ୍ଧ୍ର, ବିହାର ତଥା ମଧ୍ୟପ୍ରଦେଶରୁ ଅଲଗା କରି ଏଅଂଚଳର ଗଡଜାତ ଗୁଡିକୁ ନେଇ ଏକ ସମ୍ମିଳିତ ପୂର୍ବାଞ୍ଚଳ ରାଜ୍ୟ ସମୁହର ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ତାଙ୍କର ଦୁର୍ବାର ଉଦ୍ୟମକୁ ମୁଖ୍ୟଅତିଥି ସ୍ମରଣ କରିଥିଲେ । ମୁଖ୍ୟବକ୍ତା ନାଗରିକ କମିଟିର ପୂର୍ବତନ ସଂପାଦକ ମନୋରଂଜନ ସାହୁ ସ୍ୱର୍ଗତ ଐତିହାସିକ ପୂର୍ଣ୍ଣଚନ୍ଦ୍ର ରଥ ମାତ୍ର ୪୪ ବର୍ଷ ର ଜିବନ କାଳ ମଧ୍ୟରେ ବିପରିତ ପରିସ୍ଥିତର ମୁକାବିଲା କରିବା ସହ କିପରି ପାଟଣା ଷ୍ଟେଟର ଜନଗଣଙ୍କ ଉନ୍ନତି କଳ୍ପେ ଶିକ୍ଷା, ସ୍ୱାସ୍ଥ୍ୟ ତଥା ସାମାଜିକ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ନେଇଥିଲେ । ରାଜେନ୍ଦ୍ର କଲେଜ ସ୍ଥାପନ, ଆୟୁର୍ବେଦ ଚିକିସôାଳୟ ସ୍ଥାପନ ତଥା ରାଜ୍ୟର ଐତିହାସିକ କିର୍ତ୍ତିରାଜିର ସଂରକ୍ଷଣ ପାଇଁ ତାଙ୍କର ପ୍ରାରମ୍ଭିକ ପ୍ରଚେଷ୍ଟକୁ ବକ୍ତା ସ୍ମରଣ କରିଥିଲେ ।