ପଲ୍ଲୀବିକାଶର ପ୍ରତିଷ୍ଠା ଦିବସ
ନୂଆପଡା : ପଲ୍ଲୀବିକାଶର ୨୫ତମ ପ୍ରତିଷ୍ଠା ଦିବସ ପଲ୍ଲୀବିକାଶ ମୁଖ୍ୟ କାର୍ଯ୍ୟାଳୟ ଚଲାନପଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପଂଚାୟତ ସମିତି ଚେୟାରମ୍ୟାନ୍ ପୁଷ୍ପାଞ୍ଜଳି ନନ୍ଦ, ସମ୍ମାନିତ ଅତିଥି ଭାବରେ ଭାଇସ ଚେୟାରମ୍ୟାନ୍ ଗୌତମ ତାଣ୍ଡି, ଓଡିଶା ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି, ଭାରତୀୟ ଜନତା ପାର୍ଟି ସୁବ୍ରତ କୁମାର ଠାକୁର, ବିଜୁ ଜନତା ପାର୍ଟିର ଲୋକ ସଭା କଳାହାଣ୍ଡି ପାର୍ଥୀ ଲମ୍ବୋଧର ନିଆଲ, ନୂଆପଡା ଜିଲ୍ଲାର ଓବିସି ମୋର୍ଚ୍ଚା ସଭାପତି ଅଜିତ କୁମାର ଚଲାନ, ବରିଷ୍ଠ ଶିକ୍ଷାବିତ୍ ତଥା ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ, ଖୁଦପେଜ ଗ୍ରାମପଞ୍ଚାୟତ ସରପଞ୍ଚ ଯଶୋଦା ଶଥପଥି, ବରିଷ୍ଠ ସାମ୍ବାଦିକ ତଥା ପ୍ରେସ୍ କ୍ଲବ ସଭାପତି ପରମେଶ୍ୱର ବାରିକ, ଆତ୍ମା ବୋଡେନ ଓ ଖଡିଆଳର ଚେୟାରମ୍ୟାନ ସୁବେନ୍ଦୁ ଶେଠୀ ଓ ଖଡ଼ିଆଳ ଆତ୍ମା ସଭାପତି ନବୀନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ପଲ୍ଲୀବିକାଶର ସମ୍ପାଦକ ଡକ୍ଟର ସୁରେଶ କୁମାର ରାଉତ ସଭାପତିତ୍ୱ କରିଥିବାବେଳେ ଶିକ୍ଷାବିତ ସହଦେବ ରାଉତ ମଞ୍ଚ ପରିଚାଳନା କରିଥିଲେ । ଡକ୍ଟର ରାଉତ ପଲ୍ଲୀବିକାଶର ସଂପାଦକୀୟ ବିବରଣୀ ପାଠ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ ଉପରେ ଉଲ୍ଲେଖ କରିବା ସହିତ ଆଗାମୀ ଯୋଜନା ଉପରେ ଉପସ୍ଥାପନା କରିଥିଲେ । ଏହି ଅବସରରେ ବରିଷ୍ଠ ସଂଗୀତଜ୍ଞ ଗୁରୁଶ୍ରୀ ବିନୋଦ ମୋହନ ଚଲାନଙ୍କୁ ସମ୍ମାନିତ କରଯାଇଥିଲା । ସେହିପରି ଚଲାନ ପଡାର ଏକଟା ସ୍ୱୟଂ ସହାୟକ ଗୋଷ୍ଠୀକୁ ଜୈବିକ ଖତ ପ୍ରସ୍ତୁତି ପାଇଁ ଟ ୫୦୦୦୦/-( ପଚାଶ ହଜାର ଟଙ୍କା ମାତ୍ର )ର ଚେକ୍ ପ୍ରଦାନ କରଯାଇଥିଲା । ଶେଷରେ ଶୂଳପାଣି କଳା ପରିଷଦ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ସଭା କାର୍ଯ୍ୟ ସମାପ୍ତ ହୋଇଥିଲା ।