ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ

 କେନ୍ଦ୍ରାପଡା : କୁଦାନଗରି ଥାନା ଅଞ୍ଚଳରେ ଗୁଳିକାଣ୍ଡ  । ଗୁଳିକାଣ୍ଡରେ ଭାରିଗୋଳ ଗାଁର ଗୌତମ ମଲ୍ଲିକ ଆହାତ ହୋଇଛନ୍ତି  । ଗୌତମର ବାମ ଜଙ୍ଘରେ ବାଜିଛି ଗୁଳି ବାଜିଛି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇବା ସୂଚନା ଦେଇଛନ୍ତି ଏସଡିଓ ଜ୍ୟୋତିରଞ୍ଜନ ଗୌଡ  । ଗୌତମ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି ହୋଇଛନ୍ତି  । ମିଳିଥିବା ସୂଚନା ଅନୁଯାୟୀ ଗୌତମ ଏକ ବାଇକ୍ ଯୋଗେ ଯାଉଥିବା ବେଳେ ବାଲିସାହି ଠାରେ ୩ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ଗୁଳିମାଡ କରିଥିଲେ  । ଗୌତମ ତଳେ ପଡିଯିବା ପରେ ସେମାନେ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ  । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି  । ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ଜଣାପଡିଛି  ।