ଅଙ୍ଗନବାଡି କର୍ମୀଙ୍କ ଦକ୍ଷତା ବୃଦ୍ଧି ତାଲିମ ଶିବିର ଉଦ୍ୟାପିତ
ରାଜନଗର : ରାଜନଗର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଆନୁକୂଲ୍ୟରେ ପ୍ରକଳ୍ପସ୍ତରୀୟ ଅଙ୍ଗନବାଡି କର୍ମୀଙ୍କ ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଦିପାଳୀ ମିଶ୍ରଙ୍କ ପୈ÷ାରହିତ୍ୟରେ ତିନିଦିନ ଧରି ଚାଲିଥିବା ଏହି ତାଲିମ ଶିବିରରେ ପୋଷଣ ଭି ପଢାଇ ଭି-୨୦୨୫ ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ପୋଷଣର ଗୁରୁତ୍ୱ, ସୁସ୍ଥ ଶିଶୁ, ପୋଷଣ ଆପ-୨୦, ଅଧିକ ପୃଷ୍ଟିକର ଖାଦ୍ୟ, ଅଭାବରେ ହେଉଥିବା ବିଭିନ୍ନ ରୋଗ ଏବଂ ତାର ପ୍ରତିକାର, ତା ସହିତ ଅତିଶୟ ପୃଷ୍ଟିହୀନ ଶିଶୁ, ମଧ୍ୟମ ଧରଣର ପୃଷ୍ଟିହୀନ ଶିଶୁଙ୍କର କିପରି ପ୍ରତିରୋଧ କରାଯିବ, ଏଥି ନିମନ୍ତେ ହଜାରେ ଦିନର ଗୁରୁତ୍ୱ ସ୍ତନ୍ୟପାନ ତଥା ପିଲାଙ୍କର ପରିପୂରଖ ଖାଦ୍ୟ ସଂପର୍କରେ ଆଲୋଚନା କରାଯାଇଥିଲା । ଏତଦବ୍ୟତୀତ ଓଜନ ଉଚ୍ଚତା ଉପରେ ବିଷେଦଭାବେ ତାଲିମ ଦିଆଯାଇଥିଲା । ପିତା ମାତା ତଥା ଗୋଷ୍ଠୀଙ୍କୁ ଯୋଡାଯିବା ଆବଶ୍ୟକ ବୋଲି ଆଲୋଚନା କରାଯାଇଥିଲା । ଅଙ୍ଗନବାଡି କେନ୍ଦ୍ରରେ ଦିବ୍ୟାଙ୍ଗ ଶିଶୁଙ୍କର ଚିହ୍ନଟକରଣ ସହ କିପରି ତାକୁ ମୁଖ୍ୟ ସୋ୍ରତରେ ସାମିଲ କରାଯିବ, ଶୂନରୁ ତିନିବର୍ଷ ପିଲାଙ୍କ ନିମନ୍ତେ ନବଚେତନା ଓ ତିନିରୁ ଛଅବର୍ଷ ପିଲାଙ୍କ ନିମନ୍ତେ ଆଧାରିତ କାର୍ଯ୍ୟକ୍ରମ କଣ ସେ ବିଷୟରେ କର୍ମୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ପୋଷଣର ବ୍ଲକ ସଂଯୋଜକ ଶଶଧର ପୃଷ୍ଟି, ସୁପରଭାଇଜର ରଜନୀ ରାଉଳ, ସନ୍ଧ୍ୟାରାଣୀ ବେହେରା, ମିନତୀ ମିଶ୍ର, ଜ୍ୟୋତିସ୍ମିତା ଖଟୁଆ, ସମୀକ୍ଷା ଦାସ, ଶୈ÷ଳବାଳା ସ୍ୱାଇଁ, ପ୍ରତିଭା ମହାନ୍ତି ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।