୨୮ରୁ ଶାରଦୀୟ ଦୁର୍ଗାପୂଜା, ୩ରେ ଭସାଣି
କଟକ: ସେପ୍ଟେମ୍ବର ୨୮ରୁ କଟକରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହେବ । ଅକ୍ଟୋବର ୩ ରେ ମା’ଙ୍କ ଭସାଣି ଉସôବ ଅନୁଷ୍ଠିତ ହେବ । କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଦୁର୍ଗାପୂଜା ଉପଲକ୍ଷେ ରବିବାର କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ଆନୁକୂଲ୍ୟରେ ସ୍ଥାନୀୟ ବିଦ୍ୟାଧରପୁର ସ୍ଥିତ ଦ୍ୱାରିକାମୟୀ ସାଇ ମନ୍ଦିର ପରିସରରେ ଦୁର୍ଗାପୂଜା ଓ ଭସାଣି ଉସôବ ଉପଲକ୍ଷେ ଏକ “ପ୍ରସ୍ତୁତି ବୈଠକ-୨୦୨୫” ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସହରର ବିଭିନ୍ନ ଦୁର୍ଗାପୂଜା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ରାସ୍ତାଘାଟ ମରାମତି, ବିଦୁ୍ୟତ ସେବା ଓ ପାନୀୟଜଳ ଯୋଗାଣ ସମେତ ବିଭିନ୍ନ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା । ସର୍ବସମ୍ମତିକ୍ରମେ ସେପ୍ଟେମ୍ବର ୨୮ ତାରିଖରେ କଟକର ପ୍ରସିଦ୍ଧ ଦୁର୍ଗାପୂଜା ଅନୁଷ୍ଠିତ ହେବ ବୋଲି ବୈଠକରେ ଦିନ ଧାର୍ଯ୍ୟ କରାଯାଇଥିଲା । ଏଥି ସହିତ ଅକ୍ଟୋବର ୩ରେ ମା’ଙ୍କ ଭସାଣି ଉସôବ ଅନୁଷ୍ଠିତ ହେବ । ଶାରଦୀୟ ଦୁର୍ଗାପୂଜା କିପରି ଶାନ୍ତି ଶୃଙ୍ଖଳାର ସହିତ ସଂପନ୍ନ ହେବ ଏବଂ ଯାତ୍ରା ସମୟରେ ଟ୍ରାଫିକ ବ୍ୟବସ୍ଥା କିପରି ସୁଦୃଢ଼ କରାଯିବ ଏ ନେଇ ବୈଠକରେ ଆଲୋଚନା ହୋଇଥିଲା । ଶାନ୍ତି କମିଟି ପକ୍ଷରୁ ବିଭିନ୍ନ ରାଜନୈତିକ ଦଳ ଓ ପୁଲିସ ପ୍ରଶାସନଙ୍କ ସହିତ ଆଲୋଚନା ହୋଇଥିଲା । ବୈଠକରେ ମେୟର ସୁବାସ ସିଂହ, ବାରବାଟୀ କଟକ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀ, ପୂର୍ବତନ ବିଧାୟକ ପ୍ରଭାତ ରଂଜନ ବିଶ୍ୱାଳ, ବରିଷ୍ଠ ବିଜେପି ନେତା ନୟନ କିଶୋର ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ ଓ ସୁରେଶ ଚନ୍ଦ୍ର ମହାପାତ୍ର, ବରିଷ୍ଠ ପୋଲିସ ଅଧିକାରୀ ବିଭିନ୍ନ ଥାନାର ଭାରାପ୍ରାପ୍ତ ଅଧିକାରୀ, ପୂର୍ବାଞ୍ଚଳ ଶାନ୍ତି କମିଟି ସଭାପତି ଓ ସଂପାଦକ, ବିଭିନ୍ନ ପୂଜା କମିଟିର ସଭାପତି ଓ ସଂପାଦକ ଓ କର୍ପୋରେଟର ବୃନ୍ଦ ଉପସ୍ଥିତ ଥିଲେ ।