ଓଡ଼ିଶୀ ନୃତ୍ୟ କର୍ମଶାଳା ଉଦ୍ୟାପିତ
ପଟ୍ଟାମୁଣ୍ଡାଇ: ଓଡ଼ିଶାର ସର୍ବବୃହତ୍ତ ପଞ୍ଚକଳା ପ୍ରତିଷ୍ଠାନ ଗୋପାଳ ଦାଶ ସ୍ମାରକୀ କଳା ମନ୍ଦିର (ଗଡମେକର୍)ର ସପ୍ତାହ ବ୍ୟାପୀ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ କର୍ମଶାଳା-୨୦୨୫ ମଙ୍ଗଳବାର ଉଦ୍ୟାପିତ ହୋଇଯାଇଛି । ବିଶିଷ୍ଟ ଓଡ଼ିଶୀ ନୃତ୍ୟଗୁରୁ ବିଜୟ କୁମାର ଦାଶଙ୍କ ମାର୍ଗଦର୍ଶନରେ ତଥା ଗଡମେକର୍ ପ୍ରତିଷ୍ଠାତା ନିଦେ୍ର୍ଦଶକ ଗୀତିକବି ଗୁରୁଶ୍ରୀ ସୁଶାନ୍ତ କୁମାର ପାଣିଙ୍କ ପୌରହିତ୍ୟରେ ଆୟୋଜିତ ଏହି କର୍ମଶାଳାରେ ସ୍ୱନାମଧନ୍ୟା ଦୂରଦର୍ଶନ ଶିଳ୍ପୀ ସ୍ମୃତିପ୍ରିୟା ପ୍ରଧାନ, ବୈଶାଖୀ ରାଉତ ଏବଂ ସମ୍ପୂର୍ଣ୍ଣାଇନ୍ଦୁ ପାଣି ନୃତ୍ୟ ପ୍ରଶିକ୍ଷିକା ଭାବେ ଯୋଗ ଦେଇ ଥିଲେ । ଏଥିରେ ୨୫ଜଣ ନୃତ୍ୟ ଶିକ୍ଷାର୍ଥୀ ଶାସ୍ତ୍ରୀୟ, ଓଡ଼ିଶୀ, ମଙ୍ଗଳାଚରଣ, ବଟୁନୃତ୍ୟ ଏବଂ ଅଭିନୟ ସହିତ ଶାସ୍ତ୍ରୀୟ, ଓଡ଼ିଶୀ ମୌଳିକତା, ଶାସ୍ତ୍ର, ମୁଦ୍ରା, ତାଳ, ଭଙ୍ଗୀ ଓ ଲାଳିତ୍ୟପୁର୍ଣ୍ଣ ଅଙ୍ଗଚାଳନା ପ୍ରମୁଖ ଶିକ୍ଷା ଗ୍ରହଣ କରିଥିଲେ । ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରତୀକ୍ଷା ମହାନ୍ତି, ଏମଡି ଆକାଂକ୍ଷା ପଣ୍ଡାଙ୍କ ସମେତ ଉଦୀୟମାନ ଶିଳ୍ପୀ ବୈଶାଳୀ, ପୂଜା, ପଦ୍ମିନୀଙ୍କ ପ୍ରମୁଖ ଭାଗ ନେଇଥିଲେ ।