ପୂର୍ବତନ ସରପଞ୍ଚଙ୍କ ବିୟୋଗରେ ଶୋକ
ନିଶ୍ଚିନ୍ତକୋଇଲି : ନିଶ୍ଚିନ୍ତକୋଇଲି ୨୩.୭. : ନେମାଳ ଗ୍ରାମ ପଂଚାୟତ ପୂର୍ବତନ ସରପଂଚ ତଥା ବିଜୁ ଜନତା ଦଳର ପୂର୍ବତନ ପଂଚାୟତ ସଭାପତି ଦୀଲ୍ଲିପ କୁମାର ସାହୁଙ୍କ ହୃଦ୍ଘାତରେ ବିୟୋଗ ଘଟିଛି । ତାଙ୍କ ବିୟୋଗରେ କଟକ ସଦର ପୂର୍ବତନ ବିଧାୟକ, ବର୍ତ୍ତମାନର ବିଧାୟକ, ବରିଷ୍ଠ କଂଗ୍ରେସ ନେତା, ଓ ଭୈରବ କାସ୍ତ, ଶରତ କୁମାର ସାମଲ, ପରମାନନ୍ଦ ସେଠୀ, ସୁବାଷପାତ୍ର, ପୂର୍ବତନ ସରପଂଚ ଲତିକା ଦାସ, ସୁଧାଂଶୁ ମହାପାତ୍ର, ବିମଳ ଦାସ, ନୃସିଂହ ଚରଣ ମୁଦୁଲି, ଜାବାଳୀ ପ୍ରଧାନ, ଭାଗବତ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ଇଂ. ବିଳାସ କୁମାର ଭୋଇ, ତିଲକଣା ପୂର୍ବତନ ସରପଂଚ ବିଶ୍ୱନାଥ ପଣ୍ଡା, ଅଚୁ୍ୟତାନନ୍ଦ ଦାସ, ହିଂମାଶୁ ଦାସ, ସମିତିସଭ୍ୟ ବିଶ୍ୱେନ୍ଦୁ ମହାରଣା, ବଳଦେବାନନ୍ଦ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।