"ମୋସନ ଏଜୁକେସନ' ପକ୍ଷରୁ ୨୦୦ କୋଟିର ଶିକ୍ଷାବୃତ୍ତି

ଭୁବନେଶ୍ୱର : ନିତୀନ ବିଜୟଙ୍କ ଦ୍ୱାରା ପରିଚାଳିତ ମୋସନ ଏଜୁକେସନ୍ ପକ୍ଷରୁ ମୋସନ ପ୍ରତିଭା ଅନ୍ୱେଷଣ ପରୀକ୍ଷା (ଏମ୍ଟିଏସ୍ଇ) ଘୋଷଣା କରାଯାଇଛି । ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ (ବିଜ୍ଞାନ) ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ ଓ ନିଜ ପ୍ରତିଭା ପ୍ରଦର୍ଶନ କରିବାକୁ ସେମାନେ ଉଲ୍ଲେଖନୀୟ ପ୍ଲାଟଫର୍ମ ପାଇପାରିବେ । ୨୦୨୫ ଜୁଲାଇ ୨୦, ଅଗଷ୍ଟ ୩ ଓ ଅଗଷ୍ଟ ୨୪ ତାରିଖରେ ଏହି ପରୀକ୍ଷା ଅନ୍ ଲାଇନ୍ରେ ଅନୁଷ୍ଠିତ ହେବ । ଏହି ନିର୍ଘଣ୍ଟ କରାଯାଇଥିବା ତାରିଖର ପୂର୍ବ ଦୁଇ ଦିନ ପର୍ଯ୍ୟନ୍ତ ଆଗ୍ରହୀ ଛାତ୍ରଛାତ୍ରୀ ପଞ୍ଜୀକରଣ କରିପାରିବେ । ଏମ୍ଟିଏସ୍ଇରେ ଉଲ୍ଲେଖନୀୟ ରିୱାର୍ଡ ଓ ମାନ୍ୟତା ପ୍ରଦାନ କରାଯିବ । ଅଂଶଗ୍ରହଣକାରୀଙ୍କ ପାଇଁ ୨୦୦ କୋଟି ଟଙ୍କା ମୂଲ୍ୟ ପର୍ଯ୍ୟନ୍ତର ଶିକ୍ଷାବୃତ୍ତି ହାସଲ କରିବା ଏବଂ ୨.୫ କୋଟି ଟଙ୍କାର ନଗଦ ରାଶି ଜିତିବ ଏବଂ ୫୦୦ରୁ ଅଧିକ ପିଲାଙ୍କ ପାଇଁ ମାଗଣା କୋଚିଂ ହାସଲ କରିବାର ସୁଯୋଗ ରହିଛି । ଏହା ବ୍ୟତୀତ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଇ-ସାର୍ଟିଫିକେଟ୍ ପ୍ରଦାନ କରାଯିବ । ୨୦୨୫ ଅକ୍ଟୋବରରେ ପରୀକ୍ଷା ଫଳ ପ୍ରକାଶ ପାଇବ । ପରୀକ୍ଷା ପୂର୍ବରୁ ପିଲାଙ୍କ ପ୍ରସ୍ତୁତିରେ ସାହାର୍ଯ୍ୟ କରିବା ଲାଗି ମୋସନ ପକ୍ଷରୁ ନମୁନା ପେପର ପ୍ରଦାନ କରାଯିବ । ଅଭିଯାନ ସମ୍ପର୍କରେ ମୋସନ ଏଜୁକେସନ୍ ପ୍ରତିଷ୍ଠାତା ଓ ସିଇଓ ନିତୀନ ବିଜୟ କହିଛନ୍ତି ଯେ, ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବା ଓ ସେମାନଙ୍କ ସ୍ୱପ୍ନକୁ ବାସ୍ତବତାରେ ପରିଣତ କରିବାର ସୁଯୋଗ ସେମାନଙ୍କୁ ଦେବା ଲାଗି ଏହି ପ୍ରତିଭା ଅନ୍ୱେଷଣ ପରୀକ୍ଷା ହେଉଛି ଆମର ଏକ ମାଧ୍ୟମ । ଏମ୍ଟିଏସ୍ଇ ସହ ୧୮ ବର୍ଷରୁ ଅଧିକ ଶିକ୍ଷାଗତ ଉକ୍ରର୍ଷ ପରମ୍ପରା ଗଠନ କରିବାକୁ ଚାହୁଛୁ । ଜେଇଇ ମେନ୍, ଜେଇଇ ଆଡ୍ଭାନ୍ସ ଓ ନିଟ୍ ୨୦୨୫ ଭଳି ଜାତୀୟସ୍ତରୀୟ ପ୍ରତିଯୋଗିତାପୂର୍ଣ୍ଣ ପରୀକ୍ଷାରେ ଚମକ୍ରାର ପ୍ରଦର୍ଶନ ପରେ ଏହି ପ୍ରତିଭା ଅନ୍ୱେଷଣ ପରୀକ୍ଷାର ଶୁଭାରମ୍ଭ କରାଯାଇଛି ।