ମେଡିକାଲ ଏନ୍ସିଡି କ୍ଲିନିକରୁ ଖସିଲା ସିଲିଂ
ାା ପ୍ରଭାନୁ୍ୟଜ ।ା ଆନନ୍ଦପୁର : ସର୍ବଦା ନିମ୍ନମାନର କାର୍ଯ୍ୟ ପାଇଁ ବିବାଦ ଘେରରେ ରହି ଆସୁଥିବା ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ପୁଣି ଘଟଛି ଅଘଟଣ । ଏନସିଡ଼ି କ୍ଲିନିକ ଛାତରୁ ଖସିଚି ସିଲିଂ । ସୌଭାଗ୍ୟ ବଶତଃ ସେହି ସମୟରେ କେହି ନଥିବାରୁ ଟଳି ଯାଇଛି ବଡ଼ ବିପଦ । ସୂଚନା ଅନୁଯାୟୀ ସୋମବାର ରାତିରେ ଏନ୍ସିଡ଼ି କ୍ଲିନିକରେ ରୋଗୀ କିମ୍ବା ଡାକ୍ତର ନଥିବା ସମୟରେ ଛାତରୁ ସିଲିଂ ଖସି ପଡିଥିଲା । ଏଠାରେ ସୂଚନା ଥାଉକି ଏଇ ଅଳ୍ପ ଦିନ ତଳେ ପୁରୁଷ ୱାର୍ଡର କାନ୍ଥରେ ଲାଗିଥିବା ଫ୍ୟାନ ଖଶି ପଡିବାରୁ ଜଣେ ରୋଗୀଙ୍କ ଉପରେ ପଡିଯାଇଥିଲା । ଏଥିରେ ରୋଗୀ ଜଣକ ଆହତ ହୋଇଥିଲେ । ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାର ମରାମତି କାର୍ଯ୍ୟ ହେଉଥିବା ବେଳେ ଏଭଳି ଦୁର୍ଘଟଣା ଚିନ୍ତା କାରଣ ହୋଇପଡ଼ିଛି ।