ମହିମା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ଦାବି
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ନିଯୁକ୍ତି ପାଇଁ ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ଦୃଷ୍ଟିି ଆକର୍ଷଣ କରିଛନ୍ତି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏଠାରେ ନିଯୁକ୍ତି ପାଇଥିବା ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟରେ ଯୋଗଦାନ କରିବା ସହିତ ଅନ୍ୟ ଏକ କଲେଜକୁ ବଦଳି କରିବା ଫଳରେ ମହିମା ମହାବିଦ୍ୟାଳୟ ଅଧ୍ୟକ୍ଷ ପଦ ଖାଲି ରହିଛି । ଏଠାରେ ଦାୟିତ୍ୱରେ ଥିବା ଅଧ୍ୟକ୍ଷ ପ୍ରହଲ୍ଲାଦ ସ୍ୱାଇଁଙ୍କ ଆର୍ଥôକ କ୍ଷମତା ପାଇ ନ ଥିବାରୁ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା ଦିଆଯାଇନାହିଁ । ଫଳରେ କର୍ମଚାରୀ ଓ ଅଧ୍ୟାପକମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
ପ୍ରକାଶ ଯେ, ଉଚ୍ଚ ଶିକ୍ଷା ବିଭାଗର ଚିଠି ପାଇ ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟଠାରେ ଗତ ଅଗଷ୍ଟ ୨ ତାରିଖ ଦିନ ନୂତନ ଅଧ୍ୟକ୍ଷ ଭାବେ ଯୋଗ ଦେବା ପାଇଁ ଆସିଥିବା ବରଗଡ଼ ବିଜେପୁର କଲେଜର ଅର୍ଥନୀତି ବିଭାଗ ରିଡର୍ ପ୍ରସାନ୍ତ କୁମାର ସାହୁ ଯୋଗଦାନ ନ କରି ଫେରିଯାଇଥିଲେ । ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ବିଚିତ୍ର ନୀତି ଯୋଗୁଁ ଗତ ୩୧ ।୭ ।୨୫ ତାରିଖ ପତ୍ର ସଂଖ୍ୟା ୪୦୮୦୨ ରେ ଶ୍ରୀ ସାହୁଙ୍କୁ ଭାର ପ୍ରାପ୍ତ ଅଧ୍ୟକ୍ଷ ଭାବେ ଯୋଗ ଦେବା ପାଇଁ ନିଦେ୍ର୍ଦଶ ରହିଥିଲା । ପୁନଶ୍ଚ ପତ୍ର ସଂଖ୍ୟା ୪୦୮୧୦ ତା ୩୧ ।୭ ।୨୫ ରିଖ ଚିଠିରେ ଅର୍ଥନୀତି ବିଭାଗ ଅଧ୍ୟାପକ ରାଜକିଶୋର ସାହୁଙ୍କୁ ଅଧ୍ୟାପକ ଭାବେ ମହିମା ମହାବିଦ୍ୟାଳୟରେ ଯୋଗ ଦେବା ପାଇଁ ନିଦେ୍ର୍ଦଶ ହୋଇଥିଲା । ମହାବିଦ୍ୟାଳୟରେ ଗୋଟିଏ ଅର୍ଥନୀତି ଅଧ୍ୟାପକ ପଦବୀ ପାଇଁ ଉଭୟ ଯୋଗ ଦେବାକୁ ଆସିଥିବା ବେଳେ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରହଲ୍ଲାଦ ସ୍ୱାଇଁ ଉଚ୍ଚ ଶିକ୍ଷା ବିଭାଗ ନିଦେ୍ର୍ଦଶକଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରି ପ୍ରଥମେ ଆସିଥିବା ପ୍ରଶାନ୍ତ ସାହୁଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ଯୋଗଦାନ କରିବାକୁ ଦେଇନଥିଲେ । ଅନ୍ୟପକ୍ଷରେ ରାଜକିଶୋର ସାହୁଙ୍କୁ ଅଧ୍ୟାପକ ଭାବେ ଯୋଗଦାନ କରାଇଥିଲେ । ଫଳରେ ପ୍ରଶାନ୍ତ ସାହୁ ଉଚ୍ଚ ଶିକ୍ଷା ବିଭାଗର ନିଦେ୍ର୍ଦଶକଙ୍କ ନିକଟକୁ ଚାଲି ଯାଇଥିଲେ । ଉଚ୍ଚ ଶିକ୍ଷା ବିଭାଗର ଭୁଲ ଚିଠି କାରଣରୁ ଏପରି ଅସୁବିଧା ହେଲା । ତେଣୁ କେବେ ମହିମା ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଯୋଗ ଦେବେ ଏହି ଘଟଣାକୁ ନେଇ ଯୋରନ୍ଦା ଅଞ୍ଚଳର ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମହାବିଦ୍ୟାଳୟ ଜଣେ ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ଓ ଶିକ୍ଷାବିଭାଗରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ପାଇଁ ଯୋରନ୍ଦା ଅଞ୍ଚଳବାସୀ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଠି ଆକର୍ଷଣ କରିଛନ୍ତି ।