ବିଶ୍ୱ ସଂଗୀତ ଦିବସ
ଭଦ୍ରକ: ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଉକôଳ ମୁ୍ୟଜିକ ଅନୁଷ୍ଠାନ ତରଫରୁ ଭଦ୍ରକରେ ବିଶ୍ୱ ସଂଗୀତ ଦିବସ ପାଳିତ ହୋଇଯାଇଛି । ଭଦ୍ରକ ସହିଦ ସ୍ମୃତି ଭବନରେ ବିଶ୍ୱ ସଂଗୀତ ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇଥିଲେ । ନାଟ୍ୟ ର୍ନିେଶକ ଲଳିତେନ୍ଦୁ ମହାପାତ୍ର, ନିଖିଳ ଘୋଷ, ଆଇନଜୀବୀ ଲମ୍ବୋଦର ମହାପାତ୍ର ଉପସ୍ଥିତ ଥିଲେ । ମୁଖ୍ୟ ବକ୍ତା ଭାବେ ଲାଲଟେନ୍ଦୁ ମହାନ୍ତି , ଆଇନଯିବି ଲମ୍ବୋଦର ନାୟକ, ଉକôଳ ମିଉଜିକ ଅନୁଷ୍ଠାନର ପ୍ରତିଷ୍ଠାତା ସୁବୋଧ ନାୟକ ଉପସ୍ଥିତ ରହି ଏହି ବିଶ୍ୱ ସଂଗୀତ ଦିବସ ବିଷୟରେ ଆଲୋଚନା କରିଥିଲେ । ମଣିଷ ସମାଜରେ ସଂଗୀତ ବିନା ଜୀବନ ଅଧୁରା, ସଂଗୀତ ଓ ଯୋଗ ଉଭୟ ପରିପୂରକ ଯୋଗ ମାଧ୍ୟମରେ ଯେପରି ରୋଗ ଭଲ ହୁଏ ଠିକ ସେହିପରି ସଂଗୀତ ମାଧ୍ୟମରେ ରୋଗ ମଧ୍ୟ ଭଲ ହୋଇଥାଏ, ସଂଗୀତ ମାନସିକ ଅବସାଦ ଦୂର କରିଥାଏ ବୋଲି ନିଜ ବକ୍ତବ୍ୟରେ ଜିଲ୍ଲାପାଳ କହିଥିଲେ । ମୁଖ୍ୟ ବକ୍ତା ଭାବେ ଲାଲଟେନ୍ଦୁ ମହାନ୍ତି, ଲମ୍ବୋଦର ନାୟକ, ସୁବୋଧ ନାୟକ ଉପସ୍ଥିତ ରହି ଏହି ବିଶ୍ୱ ସଂଗୀତ ଦିବସ ବିଷୟରେ ଆଲୋଚନା କରିଥିଲେ ।