ପୈରପରିଷଦ ଉପାଧ୍ୟକ୍ଷଙ୍କ ଦେହାନ୍ତ
ଆନନ୍ଦପୁର : ଆନନ୍ଦପୁର ପୌରପରିଷଦ ପୌରାଧ୍ୟକ୍ଷ ଦୁର୍ଗାଚରଣ ଦଳେଇଙ୍କ (୬୯) କଟକର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଛି । ସ୍ୱର୍ଗତ ଦଳେଇଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାଙ୍କୁ ପରିବାର ଲୋକେ କଟକ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । ତେବେ ମସ୍ତିଷ୍କରେ ଆଘାତ ଲାଗିବାରୁ ତାଙ୍କୁ ଆଇସିୟୁରେ ଗୁରୁତର ଭାବେ ଭର୍ତି କରିଥିଲେ । ସେଠାରେ ତାଙ୍କର ଦେହାନ୍ତ ହୋଇଛ । ମୃତ ଶରୀର ଆନନ୍ଦପୁରରେ ପହଞ୍ଚିବା ପରେ ସହର ପରିକ୍ରମା କରାଇବା ପରେ ବୈତରଣୀ ନଦୀକୂଳରେ ଶେଷକୃତୁ୍ୟ ସମ୍ପାଦନ କରାଯାଇଛି । ସ୍ୱର୍ଗତ ଦଳେଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସକ୍ରୀୟ ସଦସ୍ୟଥିଲେ । ପୌରନିର୍ବାଚନ ସମୟରେ ବିଜେଡି ଟିକେଟରେ ୪ ନଂ ୱାର୍ଡରେ କାଉନସିଲର ଭାବେ ଲଢ଼ି ଜିତିଥିଲେ । ପରେ ବିଜେଡି ହାଇକମାଣ୍ଡ ଉପନଗରପାଳ ଭାବେ ତାଙ୍କ ନାମରେ ମୋହର ମାରିଥିଲେ । ମୃତୁ୍ୟ ଶଯ୍ୟା ନିକଟରେ ତାଙ୍କ ପନôୀ ପ୍ରତିଭା, ପୁଅ ରାଜା, ବିଜୁ, ବୋହୁ ଅନୁସୟା, ନୁପୁର, ଭାଇ ନିରାକାର, ପ୍ରାକ୍ତନ ବିଜେପି ନଗରମଣ୍ଡଳ ସଭାପତି ପ୍ରଶାନ୍ତ ମହାପାତ୍ର, ସାମ୍ବାଦିକ ଇଂ. କିରନ ପାଢ଼ୀ, ହରେକୃଷ୍ଣ ପାତ୍ର, କବିନ୍ଦ୍ର ଖୁଣ୍ଟିଆ, ଗଣେଶ୍ୱର ମହାନ୍ତିଙ୍କ ସମେତ ବହୁ ଆତ୍ମୀୟ ଉପସ୍ଥିତ ଥିଲେ ।