କୁସ୍ତି ଖେଳାଳିଙ୍କ ଉନ୍ନତି ପାଇଁ ଆଲୋଚନା

ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲା ପୂର୍ବତନ କୁସ୍ତି ଖେଳାଳୀମାନଙ୍କର ସ୍ଥାନୀୟ ମମତା ମଣ୍ଡପ ଠାରେ ସ୍ୱପ୍ନେଶ୍ୱର ନାୟକଙ୍କ ତତ୍ତ୍ୱାବଧାନରେ ଏକ ବୈଠକ ଅନୁଷିତ ହୋଇଯାଉଛି । ବୈଠକରେ ହିମାଂଶୁ ଦାସ, ବିଦ୍ୟାସାଗର ବେହେରା, ପର୍ଶୁରାମ ପ୍ରଧାନ, ପ୍ରଭାତ ସାହୁ, ବାଦଲ ବେହେରା, ସାଗର ପ୍ରଧାନ, ବାଦଲ ବେହେରା, ଦୀପକ ବେହେରା, ଆର୍ଯ୍ୟ ପଟ୍ଟନାୟକ ପ୍ରମୁଖ ପୂର୍ବତନ ପହିଲମାନମାନେ ଯୋଗ ଦେଇଥିଲେ । ଏହି ବୈଠକରେ ଢେଙ୍କାନାଳ କୁସ୍ତି ସଂଘର ଅପାରଗତା ବିଷୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ଇଣ୍ଡୋର ଷ୍ଟାଡିୟମ୍  ଖାଲି ପଡିଥିବାବେଳେ ସେଠାରେ ପିଲାମାନେ ଖେଳୁନାହାଁନ୍ତି । ଜିଲ୍ଲା ସଂଘ ପିଲାମାନଙ୍କ ପାଇଁ କିଛି ପ୍ରତିଯୋଗିତାର ଆୟୋଜନ କରୁନଥିବାରୁ  ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ପିଲାମାନେ ନିଜ ହାତରୁ ଖର୍ଚ୍ଚ କରି ଯାଉଛନ୍ତି । ଏହି ବିଷୟରେ ଜିଲ୍ଲା କୁସ୍ତି ସଂଘ ସଂପାଦକଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ତାଙ୍କ ଠାରୁ କୌଣସି ଆଶାନୁରୂପ ମନ୍ତବ୍ୟ ମିଳିପାରିଲା ନାହିଁ । ତେଣୁ ପୂର୍ବତନ କୁସ୍ତି ଖେଳାଳୀ ଏହି ବିଷୟରେ ଆଲୋଚନା କରି ସଂଘକୁ ନୂତନ ଭାବେ ପରିଚାଳନା କରିବା ନିମନ୍ତେ  ଅତିରିକ୍ତ ଜିଲ୍ଲାପାଳ ଓ ଜିଲ୍ଲା କ୍ରୀଡା ଅଧିକାରୀଙ୍କୁ  ଲିଖିତ ଭାବେ  ଜଣାଇଛନ୍ତି ।  ସଂଘ ଆଗକୁ ତା'ର କାର୍ଯ୍ୟ ପନ୍ଥା କେମିତି ଠିକ୍ ଭାବେ ତୁଲାଇ ପାରିବ, ତାହା ସବିଶେଷ ଆଲୋଚନା କରାଯାଇଥିଲା । ସଂଘର ନୂତନ ଭାବେ  କର୍ମକର୍ତ୍ତା ଚୟନ କରାଗଲେ ଆଗକୁ ଖେଳାଳୀଙ୍କ ତଥା ଜିଲ୍ଲାର ଉନ୍ନତି ହେବ ବୋଲି ପୂର୍ବତନ କୁସ୍ତି ଖେଳାଳୀମାନେ ଆଲୋଚନା କରିଥିଲେ ।