ପୋଖରୀରେ ବୁଡି ଶିଶୁ ପୁତ୍ର ମୃତ
ସିଂହପୁର: ପୋଖରୀରେ ବୁଡି ୪ବର୍ଷ ଶିଶୁପୁତ୍ରର ମୃତୁ୍ୟ ଘଟିଛି । ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟସ୍ତ ରତଳାଙ୍ଗ ଗ୍ରାମର ଦେବାଶିଷ ଜେନାଙ୍କ ୪ବର୍ଷର ଶିଶୁପୁତ୍ର ସ୍ୱାଧୀନ ଆଜି ସକାଳୁ ଘର ନିକଟରେ ଥିବା ପୋଖରୀ ନିକଟକୁ ଯାଇଥିବା ବେଳେ ସେଠାରେ ସେ ବୁଡ଼ିଯାଇଥିଲା । ପରିବାର ଲୋକେ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ । ଶିଶୁଟିର ଅକାଳ ମୃତୁ୍ୟରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।