ହୃଦରୋଗରେ ଆକ୍ରାନ୍ତ ଶାନ୍ତିଲତା ଚିକିତ୍ସାରେ ଅର୍ଥ ବାଧକ

 ଖଣ୍ଡପଡ଼ା : ଖଣ୍ଡପଡ଼ା ସହର ୬ ନଂୱାଡ଼ର ମହିଳା ଶାନ୍ତି ଲତା ସିଂହ(୬୫) ଦୀର୍ଘ ଦିନ ଧରି ହୃଦରୋଗ ରେ ଆକ୍ରାନ୍ତ ହୋଇ ଚିକିସôିତ ହେଉଛନ୍ତି । ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କ ଚିକିସôାରେ ଅର୍ଥ ବାଧକ ସାଜିଛି । ତାଙ୍କୁ ଚିକିସôା ନିମନ୍ତେ ଆବଶ୍ୟକ ପଡୁଥିବା ଅର୍ଥ ଅଭାବରୁ ତାଙ୍କ ପରିବାର  ଦୁଃଖ ରେଭାଙ୍ଗି ପଡି ସହାୟତା ପାଇଁ ସରକାରଙ୍କ ନିକଟରେ ଜଣାଉଛନ୍ତି । ପରିବାରବର୍ଗ ତାଙ୍କୁ ଭୁବନେଶ୍ୱରସ୍ଥିତ ଏମସ ହସ୍ପିଟାଲରେ ଚିକିସôିତ କରାଉଛନ୍ତି । ଚିକିସôାଧିନ ମହିଳାଙ୍କ ନିକଟରେ ଏକ ଆୟୁଷ୍ମାନ କାର୍ଡ ଥିଲେ ହେଁ ଅସ୍ତ୍ରୋପଚାର ସମୟରେ ହିଁ ଉକ୍ତକାଡଟି କାର୍ଯ୍ୟରେ ଆସିବ ବୋଲି ହସ୍ପିଟାଲ୍ କର୍ତ୍ତୃପକ୍ଷ କହିବା ପରେ ଏବେ ପରିବାର ବର୍ଗଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି । ତେବେ ମହିଳାଙ୍କ ଚିକିସôାରେ ଅର୍ଥ ବାଧକ ସାଜିଥିବା ହୃଦରୋଗରେ ଆକ୍ରାନ୍ତ ମହିଳାଙ୍କ ପ୍ରତି ପ୍ରଶାସନ ସଦୟ ହେବାକୁ ସାଧାରଣରେ ଦାବି ହେଉଛି  । ଜିଲ୍ଲା ରେଡ଼କ୍ରସ ପାଣ୍ଠିରୁ ନତୁବା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ମିଳି ପାରିଲେ ରେଗାକ୍ରାନ୍ତ ମହିଳାଙ୍କ ଚିକିସôା ସୁବିଧାରେ ହୋଇ ପାରନ୍ତା ବୋଲି ପରିବାର ବର୍ଗ କହିଛନ୍ତି । ନୟାଗଡ଼ ଜିଲ୍ଲା ପାଳ ଉକ୍ତ ମହିଳାଙ୍କ ପ୍ରତି ସଦୟ ହେବାକୁ ସାଧାରଣରେ ଦାବି ହେଉଛି ।