ଯାଜପୁର ଆରଏମସି ନିର୍ବାଚନ; ୮ ରୁ ୭ ବିଜେଡ଼ି ସମର୍ଥକ ନିଦେ୍ର୍ଦଶକ

 ଯାଜପୁର ଟାଉନ: ଯାଜପୁର ଜିଲା ନିୟନ୍ତ୍ରିତ ବଜାର କମିଟିର ନିଦେ୍ର୍ଦଶକ ନିର୍ବାଚନ ମଙ୍ଗଳବାର ଦିନ ହରିସାମନ୍ତ ହାଇସ୍କୁଲ ପରିସରରେ  ଅନୁଷ୍ଠିତ ହୋଇଯାଇଛି । ନିର୍ବାଚନରେ ୮ଜଣ ନିଦେ୍ର୍ଦଶକ ପଞ୍ଜିକୃତ କୃଷକଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । ତନ୍ମଧ୍ୟରୁ ବିଜେପି ସମର୍ଥôତ ନିଦେ୍ର୍ଦଶକ ଭାବେ ସୁଦିପ୍ତ କୁମାର ପଣ୍ଡା ୮୪୭ ଖଣ୍ଡ ଭୋଟ୍ରେ ବିଜୟ ହୋଇଥିବା ବେଳେ ଅନ୍ୟ ସମସ୍ତ ୭ ଜଣ ନିଦେ୍ର୍ଦଶକ ବିଜେଡି ସମର୍ଥିତ ବିଜୟ ହୋଇଛନ୍ତି । ଶକ୍ତିରଂଜନ ମହାନ୍ତି ୬୫୮ଖଣ୍ଡ ଭୋଟ୍ ପାଇଥିବାବେଳେ ଅମରେନ୍ଦ୍ର ମିଶ୍ର ୬୫୬, ଚିତରଂଜନ ସାହୁ ୬୩୬, ପଙ୍କଜ କୁମାର ସାହୁ ୫୭୧, ପ୍ରଦୀପ୍ତ ସେନାପତି ୫୭୧, ଦିବାକର ମଲ୍ଲିକ ୫୬୨, ବୃନ୍ଦାବନ ସାହୁ ୫୫୯, ସେକ୍ ସଲାଉଦ୍ଦିନ୍ ୫୪୦ ଖଣ୍ଡ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି । ସେହିପରି ୩ଜଣ ସରପଂଚ ମାନଙ୍କ ମଧ୍ୟରୁ ଜଣେ ସରପଂଚ ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ପୌରପାଳିକାରୁ ଜଣେ ସଦସ୍ୟ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିଲେ ।