ପୋଖରୀରେ ବୁଡ଼ି ଯୁବକ ମୃତ

ବାଳକାଟି  : ବାଳକାଟି ଫାଣ୍ଡି ଅଞ୍ଚଳର ଜଣେ ଯୁବକ ପୁରୀ ଜିଲ୍ଲା ବ୍ରହ୍ମଗିରୀ ଅଞ୍ଚଳରେ ଥିବା ଏକ ପୋଖରୀରେ ଗାଧୋଇବା ବେଳେ ମୃତୁ୍ୟ ହୋଇଥିବା ଜଣାପଡିଛି  । ମୃତ ଯୁବକ ହେଲେ ସ୍ଥାନୀୟ ରଙ୍ଗଣୀସାହି ଗ୍ରାମର ସୁରେନ୍ଦ୍ର ପୃଷ୍ଟିଙ୍କ ସାନ ପୁଅ ପ୍ରଦୁ୍ୟମ୍ନ ଓରଫ ପପୁନା  । ଖବରନେବାରେ ଜଣାପଡିଛି ପପୁନା ଦୀର୍ଘବର୍ଷ ଧରି ବ୍ରହ୍ମଗିରୀ ଥାନା ଅଧିନ କେରାଣ୍ଡିଆ ଗ୍ରାମରେ ରହି ଗାଡ଼ିରେ ହେଲପର ଭାବେ କାମ କରୁଥିଲେ  । ପ୍ରତିଦିନ ଭଳି ଆଜି ପୂର୍ବାହ୍ନ ୧୦ଟାରେ ଘର ପାଖରେ ଥିବା ଏକ ପୋଖରୀକୁ ଗାଧୋଇବାକୁ ଯାଇଥିଲେ  । ମାତ୍ର ଅସାବଧାନତାବଶତଃ ପୋଖରୀରେ ବୁଡି ଯାଇଥିଲେ  । ଦୀର୍ଘ ସମୟ ଧରି ନ ଆସିବାରୁ ସାଥି କର୍ମଚାରୀ ତାଙ୍କୁ ଖୋଜାଖୋଜି କରିବା ବେଳେ ପୋଖରୀରେ କୂଳରେ ତାଙ୍କ ଚପଲ ଓ ଗାମୁଛା ପଡ଼ିଥିଲା  । ପୋଖରୀରେ ବୁଡି ଯାଇଥିବା ସେମାନଙ୍କ ସନେ୍ଦହ ହେବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ  ।  ଖବରପାଇ ଅଗ୍ନିଶମ ବାହିନୀ ସ୍ଥାନୀୟ ଲୋକଙ୍କ ସହାୟତାରେ ପପୁନାକୁ ଉଦ୍ଧାର କରି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ  ।