ବଡ଼ଖବର : ଝାରଖଣ୍ଡ ଯିବେନି, ଓଡ଼ିଶାରେ ରହିବେ ରଘୁବର

raghubar das governor odisha

ବଡ଼ଖବର : ଝାରଖଣ୍ଡ ଯିବେନି, ଓଡ଼ିଶାରେ ରହିବେ ରଘୁବର

ଭୁବନେଶ୍ୱର : ଝାରଖଣ୍ଡ ରାଜନୀତିକୁ ଫେରିବେ ଓଡ଼ିଶା ରାଜ୍ୟପାଳ ରଘୁବର ଦାସ  । ଗତ କିଛିଦିନ ଧରି ରାଜନୀତିକ ମହଲରେ ଏଭଳି ଚର୍ଚ୍ଚା ଜୋର ଧରିଥିଲା  । କିନ୍ତୁ ରଘୁବର ପ୍ରତ୍ୟକ୍ଷ ରାଜନୀତିକୁ ଫେରିବେ ନାହିଁ ବୋଲି ବିଜେପି ସାଂସଦ ନିଶିକାନ୍ତ ଦୁବେ କହିଛନ୍ତି  ।

ରଘୁବରଙ୍କ ଦିଲ୍ଲୀଗସ୍ତକୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ହେବା ସହ ଏହାକୁ ନେଇ ଗଣମାଧ୍ୟମରେ ବିତର୍କ ମଧ୍ୟ ହୋଇଥିଲା  । ଏନେଇ ‘ଏକ୍ସ’ରେ ଦୁବେ ପୋଷ୍ଟ କରିଛନ୍ତିଯେ, ବିଜେପିରେ କିଛି ଦ୍ୱନ୍ଦ୍ୱ ନାହିଁ  । କେନ୍ଦ୍ରୀୟ ନେତୃତ୍ୱ ରଘୁବାଦ ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ କରିଛନ୍ତି  । ପ୍ରଥମ ଥର ପାଇଁ ଓଡ଼ିଶାରେ ନିଜ ଦମରେ ବିଜେପି ସରକାର ଆସିଛି  । ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ପ୍ରଦେଶ ଅଧ୍ୟକ୍ଷ ଭାବେ ରଘୁବରଙ୍କର ବହୁ ଅଭିଜ୍ଞତା ରହିଛି  । ସେଠାରେ ନୂଆ ସରକାରଙ୍କୁ ସେ ମାର୍ଗଦର୍ଶନ କରିବେ ବୋଲି ଦୁବେ କହିଛନ୍ତି  ।

ସୂଚନାଯୋଗ୍ୟଯେ, ନିକଟରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଓଡ଼ିଶା ଗସ୍ତରେ ଆସି ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ  । ରାଜଭବନରେ ସେ ଦୀର୍ଘ ସମୟ ଧରି ରାଜ୍ୟପାଳଙ୍କ ସହ ଆଲୋଚନା କରିଥିଲେ  । ତେଣୁ ଝାରଖଣ୍ଡ ରାଜନୀତିକୁ ରଘୁବର ଫେରିଯିବେ ବୋଲି କୁହାଯାଉଥିଲା  । ପରେପରେ ରଘୁବରଙ୍କ ଦିଲ୍ଲୀ ଗସ୍ତ ଖବର ବି ଏହି ଚର୍ଚ୍ଚାକୁ ଆହୁରି ମଜବୁତ କରିଥିଲା  । କିନ୍ତୁ ଦୁବେଙ୍କ ଏଭଳି ମନ୍ତବ୍ୟ ଝାରଖଣ୍ଡ ବିଜେପି ଗଣିତର ଆଉ ଏକ ଦିଗକୁ ଇସାରା କରୁଛି ବୋଲି କୁହାଯାଉଛି  ।