ଟ୍ରାକ୍ଟର- ବାଇକ୍ ଧକ୍କା, ଜଣେ ମୃତ 

 ନୂଆପଡା: ଖଡ଼ିଆଳ ସହରରୁ ୨ କିଲୋମିଟର ଦୂର ରାଣୀପୁର ଗ୍ରାମ ନିକଟରେ ଆଜି ଏକ ସଡ଼କ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଓ ବାଇକ ମଧ୍ୟରେ ମୁହମୁହିଁ ଧକ୍କା ହେବାରୁ ବାଇକ ଆରୋହୀ ଜଣକ ଗୁରୁତର ଆହତ ହୋଇଥିଲେ  । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଖଡ଼ିଆଳ ଉପଖଣ୍ଡ ଚିକିସôାଳୟରେ ଭର୍ତ୍ତି କରଯାଇଥିବା ବେଳେ ଡ଼ାକ୍ତର ମୃତ ଘୋଷଣା କରିଥିଲେ । ମୃତୁ୍ୟ ବରଣ କରିଥିବା ବାଇକ ଆରୋହୀ ଜଣକ ଖଡ଼ିଆଳ ସହରର ରାଜାପଡ଼ା ବାସିନ୍ଦା ଡିଙ୍ଗର ହଂସ(୭୨) ବୋଲି ଜଣାପଡିଛି  । ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ଦେଇଛନ୍ତି ।