ପତ୍ରିକା ‘ମକର ମଣ୍ଡା’ ପ୍ରକାଶନ ନିମନ୍ତେ ପ୍ରସ୍ତୁତି

ସାରସକଣା: ନନ୍ଦିଘୋଷ ସାହିତ୍ୟ ସମାଜ ସାରସକଣା ଆନୁକୂଲ୍ୟରେ ପବିତ୍ର ମକର ସଂକ୍ରାନ୍ତି ଦିନ ବର୍ଷକୁ ବର୍ଷ ମୟୂରଭଞ୍ଜ ମାଟିରୁ ଲୋକାର୍ପଣ ହେଉଥିବା ସାହିତ୍ୟ ପତ୍ରିକା "ମକର ମଣ୍ଡା- ୨୦୨୫’ ପ୍ରକାଶନର ରୂପରେଖ ନିର୍ଦ୍ଧାରଣ ପାଇଁ ସ୍ଥାନୀୟ ଖେଣ୍ଣା ଈଶ୍ୱର ଚନ୍ଦ୍ର ହାଇସ୍କୁଲ ପ୍ରାଙ୍ଗଣରେ ମକର ମଣ୍ଡା ପରିବାରର ଏକ ପ୍ରସ୍ତୁତି ବୈଠକ ଓ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ସଭାରେ ସାହିତ୍ୟ ସମାଜର ବରିଷ୍ଠ ସଦସ୍ୟ, ଅବସର ପ୍ରାପ୍ତ ହାଇସ୍କୁଲ୍ ପ୍ରଧାନ ଶିକ୍ଷକ, ନିରଞ୍ଜନ ମହାକୁଡ ପୌରୋହିତ୍ୟ କରିଥିବାବେଳେ ପତ୍ରିକାର ମୁଖ୍ୟ ସମ୍ପାଦକ ପଦ୍ମନାଭ ସାହୁ ବୈଠକକୁ ସ୍ୱାଗତ କରିଥିଲେ । ସାହିତ୍ୟ ସମାଜର ସମ୍ପାଦକ ଜଗନ୍ନାଥ ସାହୁ ଗତ ୨୦୨୪ ମସିହା ‘ମକର ମଣ୍ଡା' ପ୍ରକାଶନ ଏବଂ ଲୋକାର୍ପଣ ଉତ୍ସବର ଖର୍ଚ୍ଚ ତଥା ହାନିଲାଭ ସମ୍ପର୍କିତ ବିବରଣୀ ବୈଠକରେ ଉପସ୍ଥାପନ କରିଥିଲେ । ଆଜକୁ ଦୀର୍ଘ ଏକତ୍ରିଶ ବର୍ଷହେଲା ପ୍ରକାଶ ପାଇ ଆସୁଥିବା "ମକର ମଣ୍ଡା’କୁ ସମାଜ କଲ୍ୟାଣରେ ଆହୁରି ଅଧିକ କେମିତି ସାହିତ୍ୟାଭିମୁଖୀ ଓ ପଠନପ୍ରିୟ କରାଯିବ, କାର୍ଯ୍ୟକ୍ରମର ଉପସ୍ଥିତ ସଦସ୍ୟ ସର୍ବଶ୍ରୀ ସୁଧାଂଶୁ ଶେଖର ସେଠୀ, ଚନ୍ଦ୍ର ଶେଖର ସାହୁ, ବସନ୍ତ କୁମାର ଦତ୍ତ, ଅଞ୍ଜଳି ଦାସ, ସୁରଥ କୁମାର ସାହୁ, ଅନ୍ତର୍ଯ୍ୟାମୀ ସାହୁ, ପ୍ରଦୀପ ପାଲିତ, ହିମାଂଶୁ ଶେଖର ସାହୁ, ନବକିଶୋର ସେଠୀ, ଲିପନ କୁମାର ସାହୁ, ବିଜୟ କୁମାର ପଣ୍ଡା, ବାସୁଦେବ ସାହୁ, ରବୀନ୍ଦ୍ର ନାଥ ଭୋଳ, ନିମାଇଁ ଦଣ୍ଡପାଟ ଓ ସୁଧାଂଶୁ ଶେଖର କର ପ୍ରମୁଖ ତା' ଉପରେ ମୂଲ୍ୟବାନ ପରାମର୍ଶମାନ ଦେଇଥିଲେ । ଉତ୍ତର ଓଡିଶା ସାରସକଣା ଅଞ୍ଚଳର ସୁପୁତ୍ର, ଜାମବଣି ବାସିନ୍ଦା, ସମ୍ପ୍ରତି ଜଟଣୀ ଖୋର୍ଦ୍ଧାରୋଡ଼ରେ ରହୁଥିବା, ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ବର୍ଦ୍ଧନା ପ୍ରାପ୍ତ,  ବିଶିଷ୍ଟ ସାହିତି୍ୟକ ଶ୍ରୀ କୁଞ୍ଜବିହାରୀ ପାଢ଼ୀଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାବନ୍ତ "ମକର ମଣ୍ଡା ସମ୍ମାନ’ ଏବଂ ସାରସକଣା ଜଗନ୍ନାଥ ମନ୍ଦିରରେ ନାମ ସଂକୀର୍ତ୍ତନ, ହୁଳହୁଳି ଓ ଶଙ୍ଖନାଦ ଆଦି ପାରମ୍ପାରିକ ସେବା ଯୋଗାଇ ଆସୁଥିବା ସ୍ଥାନୀୟ ଇଲାକାର ଗୀତା ରାଣୀ ସାହୁ,  ନନ୍ଦିଘୋଷ ମଣ୍ଡଳ ଓ କାର୍ତ୍ତିକ ଚନ୍ଦ୍ର ସାହୁଙ୍କୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ଓ ପ୍ରସାର ସମ୍ମାନ ଦିଆ ଯିବବୋଲିି ସଭାରେ ସ୍ଥିର ହୋଇଥିବା ମଧ୍ୟ ଜଣାପଡିଛି । ଏହି କାର୍ଯ୍ୟକ୍ରମରେ ସଞ୍ଜୀବ କୁମାର ସାହୁ, ଦୟାନିଧି ସାହୁ, ସୁବାସ ଚନ୍ଦ୍ର ସାହୁ, ଆଲୋକ ମିଶ୍ର, ଶିବାନନ୍ଦ ସାହୁ ଓ ପର୍ଶୁରାମ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ଅନୁଷ୍ଠାନର ଯୁବ ସଦସ୍ୟ ମନୋଜ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।