ସମ୍ପତ୍ତି ପାଇଁ ମା’କୁ ଆକ୍ରମଣ
ନୀଳଗିରି : ଯେଉଁ ମା’ ଦଶମାସ ଦଶ ଦିନ ଗର୍ଭରେ ଧରି ପୁଅକୁ ଜନ୍ମ କରି ଛୋଟରୁ ବଡ କଲା, ଆଜି ସେହି ପୁଅ ବୃଦ୍ଧା ମା’କୁ ସେବା କରିବା ପରିବର୍ତ୍ତେ ସାମାନ୍ୟ ସମ୍ପତ୍ତି ନିର୍ଯାତନା ଦେବା ସହ ମାଡ଼ ମାରି ହାତ ଭାଙ୍ଗି ଦେଇଥିବା ଜଣାପଡିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ଏପରି ଏକ ସମ୍ବେଦନଶୀଳ ଘଟଣା ଖନ୍ତାପଡା ଥାନା ଅଧୀନସ୍ଥ ଶେରଗଡ଼ ଗ୍ରାମରେ ଦେଖିବାକୁ ମିଳିଛି । ଅବସରପ୍ରାପ୍ତ ସେନା କର୍ମଚାରୀ ସ୍ୱର୍ଗତ ଖଗେନ୍ଦ୍ର ସ ଗତ ୨୦୨୩ରେ ମୃତୁ୍ୟ ବରଣ କଲା ପରେ ବିଧବା ପନôୀ ଲକ୍ଷ୍ମୀପ୍ରିୟା ସ ଏକ ମାତ୍ର ପୁଅ ଶିବ ନାରାୟଣ ସ ନିକଟରେ ରହି ଆସୁଥିଲେ । ଦୁଇ ଝିଅକୁ ବାହା ଦେଇଥିବାବେଳେ ବୃଦ୍ଧା ମା’ନିଜ ପୁଅକୁ ଭରସା କରି ଜୀବନ ବିତାଉଥିଲେ । ମାତ୍ର ପୁଅ ଶିବ ନାରାୟଣ ସ୍ତ୍ରୀ କଥାରେ ପରିଚାଳିତ ହୋଇ ବୃଦ୍ଧା ମା’ଉପରେ ଆରମ୍ଭ କରିଥିଲା ନିର୍ଯାତନା । ଏପରିକି ଖାଇବାକୁ ନ ଦେଇ ଘରୁ ତଡ଼ି ଦେଇଥିଲେ । ଏବଂ ବୃଦ୍ଧା ମା’ ପିନ୍ଧିଥିବା ସୁନା ଅଳଙ୍କାର ଲୁଟି ନେଇଥିଲେ । ଏଥିସହିତ ମାଡ଼ ମାରି ମା’ର ହାତକୁ ଭାଙ୍ଗି ଦେଇଥିଲା । ଫଳରେ ପୋଡଶୀ ଘଟଣାସ୍ଥଳରେ ପହଂଚି ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ । ପରେ ଗାଁରେ ରହୁଥିବା ଝିଅ ଘଟଣା ଶୁଣି ସଙ୍ଗେ ସଙ୍ଗେ ମାଆ ନିକଟରେ ପହଞ୍ଚô ଚିକିତ୍ସା ପାଇଁ ବାଲେଶ୍ୱର ନେଇଥିଲେ । ପରେ ଏ ନେଇ ବୃଦ୍ଧା ଲକ୍ଷ୍ମୀପ୍ରିୟା ଶେରଗଡ଼ ଫାଣ୍ଡିରେ ଅଭିଯୋଗ କରିଥିବା ବେଳେ ୧୧୧/୨୫ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛନ୍ତି ବୋଲି ଫାଣ୍ଡି ଅଧିକାରୀ ପିକେ ରାଉତ ସୂଚନା ଦେଇଛନ୍ତି । ଯଦି ଉଚିତ୍ ନ୍ୟାୟ ନ ମିଳେ ତେବେ ଲକ୍ଷ୍ମୀପ୍ରିୟା ବାଲେଶ୍ୱର ଏସ୍ପିଙ୍କୁ ବିଧବା ସେନାବାହିନୀର ପନôୀ ଭାବରେ ଗୁହାରି ଜଣାଇବେ ବୋଲି ପ୍ରକାଶ କରିଛନ୍ତି । ଅପରପକ୍ଷରେ ବୃଦ୍ଧା ଶାଶୁ ବିରୁଦ୍ଧରେ ବୋହୂ ଥାନାରେ ଅଭିଯୋଗ କରିଥିବାର ଜଣାପଡିଛି ।