ଶୈବପୀଠରେ ଜଳ ଲାଗି କଲେ କାଉଡିଆ
ାା ପ୍ରଭାନୁ୍ୟଜ ।ା କଟକ :ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଏହି ଉପଲକ୍ଷେ ଚଳଚଞ୍ଚଳ ହୋଇ ଉଠିଛି ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ । ବୋଲବମ ହରବୋମ ଧ୍ୱନିରେ ପ୍ରକମ୍ପିତ ହେଉଛି ଗଗନ ପବନ । ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର କାଉଡ଼ିଆ ବାବା ଧବଳେଶ୍ୱରଙ୍କୁ ଜଳଲାଗି କରିଛନ୍ତି । ପୋଲିସ ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳାର ସହିତ କାଉଡ଼ିଆମାନେ ଜଳ ଲାଗି କରିବେ ସେଥିପାଇଁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି । ଅନ୍ୟପଟେ ଚଳିତବର୍ଷ ଧବଳେଶ୍ୱର ପୀଠକୁ ପ୍ଲାଷ୍ଟିକ ଢାଳକୁ ସଂପୂର୍ଣ୍ଣ ବ୍ୟାନ କରାଯାଇଛି । ଦୀର୍ଘ ୨୭ ବର୍ଷ ପରେ ଏକ ଅମୃତ ଯୋଗ ପଡ଼ିଛି ଚଳିତ ଶ୍ରାବଣ ମାସରେ । ଶ୍ରାବଣ ପ୍ରଥମ ସୋମବାର ପ୍ରତିପଦାରୁ ଆରମ୍ଭ ହୋଇଥିବା ବେଳେ ପୂର୍ଣ୍ଣିମା ମଧ୍ୟ ସୋମବାରରେ ପଡୁଛି । ଏହି ପାଞ୍ଚ ସୋମବାରରେ ବାବା ଧବଳେଶ୍ୱରଙ୍କୁ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ଫଳ ମିଳିଥାଏ ବୋଲି ରହିଛି ବିଶ୍ୱାସ । ଭୋର ୩ ଟାରେ ପହଡ଼ ଖୋଲାଯାଇ ଶ୍ରୀଜୀଉଙ୍କର ସମସ୍ତ ନୀତିକାନ୍ତି ସରିବା ପରେ ଶ୍ରୀ ଜିୟୁଙ୍କୁ ସୁଗନ୍ଧିତ ପୁଷ୍ପରେ ବଡ଼ସିଂହାର ବେଶରେ ସଜ୍ଜିତ କରାଯାଇଥିଲା । ରାତ୍ର ୪ ଟା ସମୟରେ ପହଡ଼ ଖୋଲାଯାଇଥିଲା ଏବଂ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କାଉଡ଼ିଆମାନେ ମହାପ୍ରଭୁଙ୍କ ନିକଟରେ ଜଳଲାଗି କରିଥିଲେ ।