ପ୍ରତାପ ଚନ୍ଦ୍ର ସ୍ମାରକୀ ପାଠାଗାର ଉଦ୍ଘାଟିତ
ବାଲେଶ୍ୱର: ସଦର ବ୍ଲକ୍ ବାହାବଳପୁର ପଞ୍ଚାୟତ ଅନ୍ତର୍ଗତ ଏଣ୍ଡରେଇ ଗ୍ରାମରେ ସ୍ୱର୍ଗତ ପ୍ରତାପ ଚନ୍ଦ୍ର ବାରିକଙ୍କ ସ୍ମୃତିରେ ‘ପ୍ରତାପ ଚନ୍ଦ୍ର ସ୍ମାରକୀ ପାଠାଗାର’ ଉଦ୍ଘାଟିତ ହୋଇଯାଇଛି । ପୁତ୍ର ତାପସ ବାରିକ ଓ କନ୍ୟା ସୁସ୍ମିତା ଭୂୟାଁଙ୍କ ଉଦ୍ୟମ ଏବଂ ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ସଭାପତି ଇଂ. ବନମାଳୀ ନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି । ଏଥିରେ ସୁସ୍ମିତା ଭୂୟାଁ, ସମସ୍ତ ଅତିଥି ଓ ଗ୍ରାମବାସୀମାନଙ୍କୁ ସ୍ୱାଗତ କରିବା ସହିତ ତାଙ୍କ ଦିବଙ୍ଗତ ପିତାଙ୍କର ଅନ୍ତିମ ଇଚ୍ଛା ସାକାର ହୋଇଥିବାରୁ ଆନନ୍ଦ ପ୍ରକାଶ କରିଥିଲେ । ଏଥିରେ ଯୋଗ ଦେଇ ଇଂ. ନାୟକ ସ୍ୱର୍ଗତ ବାରିକ ସଂଘର ଜଣେ ଉତ୍ସାହୀ ପୃଷ୍ଠପୋଷକ ସଦସ୍ୟ ଭାବରେ ସଂଘ ଅଭିବୃଦ୍ଧିରେ ନିଜର ଅବଦାନ ରଖିଥିବା ଉଲ୍ଲେଖ କରିବା ସହ ଜନ୍ମମାଟିର ଉନ୍ନତି ପାଇଁ ଦୃଢ଼ସେବା ମନୋଭାବର ଉଦାହରଣ ସୃଷ୍ଟି କରିଯାଇଛନ୍ତି ବୋଲି କହିଥିଲେ । ସଂଘର ଉପସଭାପତି ସୁଦର୍ଶନ ଦାସ ପୁତ୍ର ଓ କନ୍ୟାଙ୍କୁ ପ୍ରଶଂସା କରିବା ସହିତ ପାଠାଗାର ଉଦ୍ଘାଟନ ପରେ ଏହାର ପଞ୍ଜୀକରଣ ଓ ସୁପରିଚାଳନା ନିମନ୍ତେ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ । ସାଧାରଣ ସମ୍ପାଦକ ଦାମୋଦର ନାୟକ, ଯୁଗ୍ମ ସମ୍ପାଦିକା ସୁଶ୍ରୀ ସାବିତ୍ରୀ ଦାସ ସ୍ୱର୍ଗତ ବାରିକଙ୍କ ପୁତ୍ରକନ୍ୟାଙ୍କ ପିତୃଭକ୍ତିର ପ୍ରଶଂସା କରିବା ସହ ସମାଜର ଉନ୍ନତିପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଏହି ଅବସରରେ ସ୍ୱର୍ଗତ ବାରିକଙ୍କ ଦାଦା ଭଗବାନ ବାରିକ ଆଜିର ସମାଜରେ ତ୍ୟାଗ, ଭକ୍ତି, ସମର୍ପଣ ଭାବର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିବା ସହିତ ବିଭିନ୍ନ ପୌରାଣିକ ଓ ପାରମାର୍ଥôକ କଥାବସ୍ତୁ କହିଥିବା ବେଳେ ସୁଜୟ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।
 
 Rasmita Behera
                                    Rasmita Behera                                 
    
 
    
 
 
 
