୩୦ତମ ୱାଇଜିଟିଟିଏ ରାଜ୍ୟ ର୍ୟାଙ୍କିଂ ଟିଟି ଚାମ୍ପିଅନସିପ୍ : ମହିଳା ସିଙ୍ଗଲ୍ସରେ ନେହା ଓ ପୁରୁଷ ସିଙ୍ଗଲ୍ସରେ ସାର୍ଥକ ଚାମ୍ପିଅନ

କଟକ : କଟକରେ ଆୟୋଜିତ ହେଉଥିବା ଷଷ୍ଠ ଓଡ଼ିଶା ଇଣ୍ଟର ସ୍କୁଲ ଓ ୩୦ତମ ୱାଇଜିଟିଟିଏ ରାଜ୍ୟ ର୍ୟାଙ୍କିଂ ଟିଟି ଚାମ୍ପିଅନସିପ ଆଜି ଉଦଯାପିତ ହୋଇଛି । ଗତ ୨୦ତାରିଖରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆଜି ବିଭିନ୍ନ ବର୍ଗର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମହିଳା ସିଙ୍ଗଲରେ ନେହା କୁମାରୀ (ରେଳୱେ ଅଡିଟ୍) ୪-୩ ଗେମ୍ସରେ ଶ୍ୱେତା ପଦ୍ମ ଦଳାଇ (ଭୁବନେଶ୍ୱର ଟିଟିଏ)ଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ସେହିପରି ପୁରୁଷ ସିଙ୍ଗଲ୍ସରେ ସାର୍ଥକ ଆର୍ଯ୍ୟ (କଟକ) ୪-୧ ଗେମ୍ସରେ ଶୁଭେନ୍ଦୁ ଶ (ଇଏସଆଇସି)ଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି ।
୧୧ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଗାୟତ୍ରୀ ପଟ୍ଟନାୟକ (ପୁରୀ) ଚାମ୍ପିଅନ ହୋଇଛନ୍ତି ଏବଂ ଅନଭି ସୁଦୀପ କୁମାର (ଭୁବନେଶ୍ୱର ଟିଟିଏ) ରାଉଣ୍ଡ ରବିନ୍ ଲିଗ୍ରେ ରନର୍ସ ଅପ୍ ହୋଇଛନ୍ତି । ୧୧ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ ରୁଦ୍ର ରଣବୀର (କଟକ) ୩-୨ ଗେମ୍ସରେ ସ୍ୱସ୍ତିକ ସିଂହ (ଖୋର୍ଦ୍ଧା ଟିଟିଏ)ଙ୍କୁ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ୧୩ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଶ୍ୱ୍ୱେତା ବର୍ମା (ଖୋର୍ଦ୍ଧା ଟିଟିଏ) ଆରାଧ୍ୟା ସାହୁ (କଟକ)ଙ୍କୁ ୩-୦ ଗେମ୍ସରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ୧୩ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ ଅଭିଷେକ ଦାସ (ଭୁବନେଶ୍ୱର ଟିଟିଏ) କେ. ଶିବଶଙ୍କର (କଟକ)ଙ୍କୁ ୩-୧ ଗେମ୍ସରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ୧୫ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଶ୍ୱେତା ବର୍ମା (ଖୋର୍ଦ୍ଧା ଟିଟିଏ) ଆରାଧ୍ୟା ସାହୁ (କଟକ)ଙ୍କୁ ୩-୦ ଗେମ୍ସରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ୧୫ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ ଜିଜ୍ଞାଶୁ ସାଇ କିରଣ ପ୍ରଧାନ (ପୁରୀ) ସୟଦ ଅର୍ଶ ଅଲି (କଟକ)ଙ୍କୁ ୩-୦ ଗେମ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି । 
୧୭ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଉର୍ଜା ବର୍ମା (ଖୋର୍ଦ୍ଧା ଟିଟିଏ) ଶ୍ୱେତା ବର୍ମା (ଖୋର୍ଦ୍ଧା ଟିଟିଆ)ଙ୍କୁ ୩-୧ ଗେମ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି । 
୧୭ ବର୍ଷରୁ କମ  ବାଳକ ସିଙ୍ଗଲ୍ସରେ ଜିଜ୍ଞାଶୁ ସାହୁ (କଟକ) ଜିଜ୍ଞାଶୁ ସାଇ କିରଣ ପ୍ରଧାନ (ପୁରୀ)ଙ୍କୁ ୩-୦ ଗେମ୍ରେ ପରାସ୍ତ କରି ଚାମ୍ପିଅନ୍ ହୋଇଛନ୍ତି ।
୧୯ ବର୍ଷରୁ କମ୍ ବାଳିକା ସିଙ୍ଗଲ୍ସରେ ଶ୍ୱେତା ପଦ୍ମ ଦଳାଇ (ଭୁବନେଶ୍ୱର ଟିଟିଏ) ସାକ୍ଷୀ ବଗତ (କଟକ)ଙ୍କୁ ୩-୧ ଗେମ୍ସରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି ।
୧୯ ବର୍ଷରୁ କମ୍ ବାଳକ ସିଙ୍ଗଲ୍ସରେ ସାର୍ଥକ ଆର୍ଯ୍ୟ (କଟକ) ଜିଜ୍ଞାଶୁ ସାହୁ (କଟକ)ଙ୍କୁ ୩-୦ ଗେମ୍ସରେ ପରାସ୍ତ କରି ଚାମ୍ପିଅନ ହୋଇଛନ୍ତି । ଆଜିର ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଓଡିଶା ଅଲିମ୍ପିକ ଆସୋସିଏସନ ସଚିବ ଅଭିଜିତ ପାଉଲ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍ ଆସୋସିଏସନ୍ର କର୍ମକର୍ତ୍ତା ରବୀନ୍ଦ୍ର କୁମାର ପରିଡା, ଅବଦୁଲ ୱାହିଦ, ନିହାର ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । ଅମ୍ପାୟାର ଜୀବନ ବଲ୍ଲଭ ସାମଲ, ତପନ ଖା, ବିଜନ ଦାସ ମହାପାତ୍ର, ସୁଜିତ ରାୟ, ସନ୍ଦୀପ ଚକ୍ରବର୍ତ୍ତୀ, କେଏସଏନ ମୂର୍ତ୍ତି, କେଭିପି ରାମା ରାଓ ମ୍ୟାଚ୍ ପରିଚାଳନା କରିଥିଲେ ।