ଘର ଉପରକୁ ମାଡିଗଲା ଟ୍ରକ
କାଳିଆପାଣି : ରାଁସୋଳ ପଞ୍ଚାୟତ କଲରଙ୍ଗୀ ଗାଁ ନିକଟରେ ଏକ ବେକାବୁ ଟ୍ରକ ରାସ୍ତା କଡରେ ଥିବା ଘର ଉପରକୁ ମାଡି ଯାଇଥିଲା । ରାଁସୋଳ ଗ୍ରାମ ନିକଟରେ ଥିବା ବିଦେଶୀ ମଦ ଦୋକାନ ପୂର୍ବରୁ ଏକ ବକାଣିରେ ଟ୍ରକଟି ଭାରସାମ୍ୟ ହରାଇ ଘର ଉପରକୁ ମାଡି ଯାଇଥିଲା । ସୌଭାଗ୍ୟକୁ ସେହି ଘର ଭିତରେ ପରିବାରର କେହି ସଦସ୍ୟ ଉପସ୍ଥିତ ନଥିଲେ । ନଚେତ ଦୁର୍ଘଟଣାରେ ନିଶ୍ଚିତ ଭାବେ ଜୀବନ ହାନି ହୋଇଥାନ୍ତା ।