ଆୟକର ଚଢାଉ ; ୨ କୋଟିରୁ ଅଧିକ ଜବତ

 
 ଭୁବନେଶ୍ୱର, ୯ା୫ : ରାଜ୍ୟରେ କେତେକ ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଓ ଅନ୍ୟାନ୍ୟ ସଂସ୍ଥାର ମାଲିକମାନେ କୋଟି କୋଟି ଟଙ୍କାର ଆୟକର ଫାଙ୍କି ଚାଲିଛନ୍ତି । ମାସେ ତଳେ ବଣିକ୍‌ ଇନଷ୍ଟିଚୁ୍ୟଟରେ ଆୟକର ବିଭାଗ ପକ୍ଷରୁ ଚଢାÿଉ କରାଯାଇଥିବା ବେଳେ ଗୁରୁବାର ଦିନ ରାଜଧାନୀରେ ବଡ ଧରଣର ଆୟକର ଚଢାଉ ହୋଇଛି । ଏହି ଚଢାଉ ସମୟରେ ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି । ବୁଦେ୍ଧଶ୍ୱରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡିଆରେ ଏହି ଚଢାଉ ଜାରି ରହିଛି । ଏହି ଫ୍ଲେକ୍ସ ପ୍ରିଟିଙ୍ଗ ପ୍ରେସ୍ରେ ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଟିଙ୍ଗ କରାଯାଉଥିଲା । ବୁଦେ୍ଧଶ୍ୱରୀ କଲୋନୀର ରଞ୍ଜିତ ଜୈନ ଘରେ ଚଢାଉ ବେଳେ ଏତେ ପରିମାଣର ନଗଦ ଟଙ୍କା ଜବତ ହୋଇଛି । ଘର ତଳ ମହଲାରେ ଥିବା ପ୍ରିଣ୍ଟି ପ୍ରେସରୁ ଟଙ୍କା ଜବତ କରାଯାଇଛି । ଗତକାଲିଠାରୁ ଆୟକର ବିଭାଗ ରେଡ୍ କରୁଛି  । ପ୍ରଥମେ ଜିଏସଟି ଅଧିକାରୀ ରେଡ୍ କରିଥିଲେ  । ବିପୁଳ ଟଙ୍କା ରଖିଥିବା ଦେଖି ଆୟକର ବିଭାଗକୁ ସୂଚନା ପ୍ରଦାନ କରାଯାଇଥିଲା । ଏତେ ପରିମାଣର ଟଙ୍କା କାହାର, ସେନେଇ ରଞ୍ଜିତ ଜୈନଙ୍କୁ ପଚରାଉଚରା କରୁଛନ୍ତି ଆୟକର ଅଧିକାରୀ  । ନିର୍ବାଚନ ସମୟରେ ଏତେ ପରିମାଣର ଟଙ୍କା ଜବତ ହୋଇଥିବାରୁ କୌଣସି ରାଜନୈତିକ କାମ ପାଇଁ ଅଣାଯାଇ ଥାଇପାରେ ବୋଲି ସନେ୍ଦହ କରାଯାଉଛି ।ରାଜଧାନୀରେ ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ’ ପାଇଁ ମୁତୟନ ହେବେ ୫୫ ପ୍ଳାଟୁନ ଫୋର୍ସ ।