ପ୍ରବାସୀ ଶ୍ରମିକ ସଚେତନତା ଶିବିର
ନୂଆପଡା : ଜିଲ୍ଲା ଖଡିଆଳ ବ୍ଲକ୍ ବରଗାଁ ଗ୍ରାମ ପଞ୍ଚାୟତର କାଶିପଲା ଗାଁରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ପ୍ରବାସୀ ଶ୍ରମିକ ସଚେତନତା ଶିବିର ଅନୁଷ୍ଠିତ ହୋଇଛି । ଏହି ସମାରୋହରେ ବନଖଣ୍ଡ ଅଧିକାରୀ ଖରିଆର ଅଜିଜ ଖାନ୍, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ବିଡିଓ ନରସିଂହ ଗଡ଼ବା, ସ୍ଥାନୀୟ ସରପଞ୍ଚ ଗୋବିନ୍ଦ ବିହାରୀ ବାରିକ, ସଂଗୀତଜ୍ଞ ନନ୍ଦଲାଲ ବାରିକ, ଶିକ୍ଷାବିତ୍ ଲବଣେଶ୍ୱର ବାରିକ, ବିଶିଷ୍ଠ ତବଲା ବାଦକ ବିନୋଦ ମୋହନ ଚଳାନ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ । ଉପ ନିଦେ୍ର୍ଦଶକ ହସ୍ତଶିଳ୍ପ ପୁଷ୍ପରଞ୍ଜନ ସାହୁ, ଜିଲ୍ଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା, ଜିଲ୍ଲା ଶିଳ୍ପକେନ୍ଦ୍ର ପରିଚାଳକ ସମୀର ମୁଦୁଲି, ଜିଲ୍ଳା କୃଷି ଅଧିକାରୀ ପ୍ରଦୀପ ବେଉରା, ପିଡି ୱାଟର ଶେଡ ରଶ୍ମି ରଞ୍ଜନ ପାତ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଦୀପ୍ତିମନ୍ତ ଭୋଇ, ଆର୍ଟିଓ ମାନ ସିଂ, ଜିଲ୍ଲା ମତ୍ସ୍ୟଧିକାରୀ ବିଜନ ସାହୁ ପ୍ରମୁଖ ଯୋଗଦେଇ ଶ୍ରମିକ, କୃଷକ, ମହିଳା ତଥା ଜନସାଧାରଣଙ୍କ ପାଇଁ ଥିବା ବିଭାଗୀୟ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ । ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଉଦ୍ବୋଧନ ଦେଇ କହିଲେ ଯେ, ଜିଲ୍ଲାରେ ପ୍ରତି ଶ୍ରମିକ ପରିବାରଙ୍କୁ ମନରେଗା ଯୋଜନାରେ ୩୦୦ ଦିନର କାମ ସରକାର ଯୋଗାଇଦେବେ । ଘର ପାଖରେ ବିଭିନ୍ନ ଶ୍ରମଭିତ୍ତିକ କାମ ମିଳୁଥିବାରୁ ପ୍ରବାସୀ ଶ୍ରମିକ ହିସାବରେ ଅନ୍ୟ ରାଜ୍ୟକୁ ନ ଯିବାକୁ କହିଥିଲେ । ସମସ୍ତେ ମିଶି ବରଗାଁ ପଞ୍ଚାୟତ କୁ ପ୍ରବାସୀ ଶ୍ରମିକ ମୁକ୍ତ ଜିଲ୍ଲାରେ ପରିଣତ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଝିଅ ପାଇଁ ଗଛଟିଏ ଏବଂ ଗର୍ଭସ୍ଥ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶିବିରକୁ ଖଡ଼ିଆଳ ବିଡିଓ ନରସିଂହ ଗଡ଼ବା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସଙ୍ଗୀତା ପାତ୍ର, ଖଡ଼ିଆଳ ସିଡିପିଓ ମିନା କୁମାରୀ ଅଗ୍ରୱାଲ, ସରପଞ୍ଚ ପ୍ରମୁଖ ଆୟୋଜନ କରିଥିଲେ ।