ବସ୍କୁ ପିଟିଲା ଟ୍ରକ୍, ବସ୍ ଚୁରମାର
ଭଣ୍ଡାରୀପୋଖରୀ : ଭଦ୍ରକ ୧୬ନଂ ଏନ୍ଏଚ୍ ଧାମନଗର ଛକ ନିକଟରେ ଯାତ୍ରାବାହୀ ବସ ପଛକୁ ଧକ୍କା ଦେଲା ଟ୍ରକ । ରାଉରକେଲାରୁ ଭଦ୍ରକ ଫେରୁଥିବା ସ୍ୱର୍ଣ୍ଣଲତା (ଦଳାଇ) ନାମକ ଯାତ୍ରୀବାହୀ ବସ ଧାମନଗର ଛକରେ ସୋମବାର ସକାଳେ ଯାତ୍ରୀଙ୍କୁ ଓହ୍ଲାଉ ଥିବା ବେଳେ ପଛପଟୁ ଏକ ଟ୍ରକ୍ ଆସି ଧକ୍କା ଦେଇଥିଲା । ବସର ପଛପଟ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଥିବା ବେଳେ ଯାତ୍ରୀମାନେ ଏଥିରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସ୍ଥଳରେ ଧାମନଗର ପୁଲିସ ପହଞ୍ଚô ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟ ଏକ ବସ୍ ଯୋଗେ ଯାତ୍ରୀମାନେ ନିଜ ଲକ୍ଷ୍ୟସ୍ଥଳକୁ ଫେରିଛନ୍ତି ।