ପ୍ରଭାରେ ରୁପ ଖୋଦେଇ ଜାର

 ପୁରୀ : ରଥ ନିର୍ମାଣର ୫୪ତମ ଦିବସରେ ରଥଖଳାରେ ନିର୍ମାଣ କାର୍ଯ୍ୟ ତତ୍ପରତାର ସହ ଆଗେଇ ଚାଲିଛି । ମୁଖ୍ୟ ମହାରଣାଙ୍କ ମାର୍ଗଦର୍ଶନରେ ରଥ ନିର୍ମାଣ କାର୍ଯ୍ୟ କରାଯାଉଛି । ୪୪ଜଣ ଚିତ୍ରକାର ସେବକ ତିନି ରଥର ଆବଶ୍ୟକ ରଂଗ ଚିତ୍ର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତିନି ରଥର ଚାରୋଟି ଲେଖାଏଁ ଦୁଆର ବେଢା, ପଛ ଦୁଆର ବେଢା ରଥ ଉପରକୁ ଉଠିବା ସହ ତିନି ରଥର ପ୍ରଭାରେ ଚିତ୍ର ଖୋଦେଇ କାର୍ଯ୍ୟ ଜାରି ରହିଛି । ତିନି ରଥର ଆଗ ଓ ପଛ ଦୁଆର ବେଢା ରଥ ଉପରକୁ ଉଠିଛି । ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନେତୃତ୍ୱରେ ତିନି ରଥର ଭୋଇ ସେବକମାନେ ମିଶି ଦୁଇଟି ଲେଖାଏଁ ପାଶ୍ୱର୍ ଦୁଆର ବେଢାକୁ ବାଉଁଶ ତେଣ୍ଟିଆ ସହାୟତାରେ ଉଠାଇ ନାଟ ଗୋଡ଼ ସହ ସଂଯୋଗ କରି ବାନେ୍ଧଣି କରିଛନ୍ତି । ଦୁଆର ବେଢାକୁ ମଜ୍ବୁତ୍ କରି ରଖିବା ପାଇଁ ଦୁଆର ବେଢା ଗୁଡ଼ିକର ଉପରି ଭାଗ ଚନ୍ଦ୍ରଶାଳିରେ ଧ୍ୱଜବତା ସଂଯୋଗ କରାଯାଇ ମଝି ଭୂଇଁ ଶେଣୀରେ କଣ୍ଟା ବସି ସେଟିଂ କରାଯାଇଛି । ଏଥିସହ ତିନି ରଥର ଦୁଆର ବେଢାକୁ ବାନ୍ଧି ରଖିବା ପାଇଁ ପ୍ରତି ଦୁଆର ବେଢାର ନାଟ ଗୋଡ଼ ସହ ଚଉଦ ନାହାକାରେ ଦୁଇଟି ଲେଖାଏଁ ଦୁଆର ବାଣିଆ ପ୍ରତି ରଥରେ ଷୋଳଟି ଲେଖାଏଁ ଫିଟିଂ କରାଯାଇଛି । ତିନି ରଥ ଭୋଇ ସେବକମାନଙ୍କ ସହଯୋଗରେ ତିନି ରଥର ପ୍ରତିକୋଣ ଗୁଡ଼ିକରେ ଦୁଇଟି ଲେଖାଏଁ କଣି ଫାଉଡ଼ି ବସାଇ ତିନି ରଥର ଚାରି ପାଶ୍ୱର୍ରେ ଦୁଇଟି ଲେଖାଏଁ ମଣ୍ଡଣି ବତା ପଡ଼ି ବଡ଼ ଥଳ ପୋଟଳ ଠାରୁ ଚନ୍ଦ୍ରଶାଳି ପର୍ଯ୍ୟନ୍ତ ଲାଗିଛି ।