ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ

 ପୁରୀ : ବିପର୍ଯ୍ୟୟ ଯେକୌଣସି ସମୟରେ ଓ ଯେ କୌଣସି ରୂପରେ ଆସିପାରେ । ସତର୍କତା, ସଚେତନତା ଓ ପୂର୍ବ ପ୍ରସ୍ତୁତି ଧନଜୀବନ ହାନି ଓ କ୍ଷୟକ୍ଷତିକୁ ରୋକିବା ସହ ବିପର୍ଯ୍ୟୟକୁ ପ୍ରଶମିତ କରିବାରେ ସହାୟକ ହୋଇଥାଏ ବୋଲି କହିଛନ୍ତି ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର କମାଣ୍ଡାଣ୍ଟ ଆଦିତ୍ୟ କୁମାର । ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଜିଲ୍ଲା ପରିଚାଳନା କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଟେବୁଲ ଟପ୍ ଏକ୍ସରସାଇଜ ବା ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ବିଶେଷ କରି କେମିକାଲଡିଜାଷ୍ଟର ବା ରାସାୟନିକ ବିପର୍ଯ୍ୟୟର ମୁକାବିଲା କିପରି କରିବା ଓ ପ୍ରସ୍ତୁତ ରହିବା ସେ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଶ୍ରୀ ଆଦିତ୍ୟ ବିସ୍ତୃତ ସୂଚନା ମାଧ୍ୟମରେ କୌଣସି ମେଳା, ମହୋତ୍ସବ ବା ରଥଯାତ୍ରା ଭଳି ବିଶାଳ ଉତ୍ସବରେ ସମ୍ଭାବ୍ୟ ଲୋକଙ୍କ ଉପସ୍ଥିତି, ପ୍ରବେଶ, ପ୍ରସ୍ଥାନର ବ୍ୟବସ୍ଥା, ସେମାନଙ୍କ ସୁରକ୍ଷା ବ୍ୟବସ୍ଥା, ଚିକିସôା ସୁବିଧା, ବିବିଧ ସମସ୍ୟା ଓ ତାହାର ସମାଧାନ ବ୍ୟବସ୍ଥା, ପାଇଁ ଉପଯୁକ୍ତ ପ୍ରଶିକ୍ଷିଣ ନେବା, ସ୍ୱାସ୍ଥ୍ୟବ୍ୟବସ୍ଥା କରିବା, କ୍ଷତିଗ୍ରସ୍ତଙ୍କୁ ଉଦ୍ଧାର ଓ ସହାୟତା ପାଇଁ ପ୍ରସ୍ତୁତ ରହିବା, ବିପର୍ଯ୍ୟୟ ପରେ ସୁରକ୍ଷିତ ଥଇଥାନ ପାଇଁ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଡ. ଶରତ ଚନ୍ଦ୍ର ମହାପାତ୍ର ବିପର୍ଯ୍ୟୟ ଦ୍ୱାରା ପ୍ରତ୍ୟେକ ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ବିଭାଗର ଅଧିକାରୀମାନେ ବିଭିନ୍ନ ବିପର୍ଯ୍ୟୟ ଓ ସେମାନଙ୍କ ବିଭାଗର କାର୍ଯ୍ୟପନ୍ଥା ଓ ଅନୁଭବ ସମ୍ପର୍କରେ ବିଷଦ ଭାବେ ଆଲୋଚନା କରିଥିଲେ । ଭାରତୀୟ ବାୟୁସେନାର ମେଜର ଆଦିତ ହାମିତ, ଲେଫ୍ଟନାଣ୍ଟ ବିକାଶ ସାଇନି, ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ହେମନ୍ତ କୁମାର ପାଢୀ, ଡେପୁଟି କଲେକ୍ଟର ମନୀଷା ଷଡଙ୍ଗୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ବିଭାଗ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଲାଇନ୍ ଡଲପାର୍ଟମଣ୍ଟେ ଅଧିକାରୀ, ସହକାରୀ ଜିଲ୍ଲପାଳ ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ ଦାଶ  ପ୍ରମୁଖ ଯୋଗଦେଇଥିଲେ  ।