ପ୍ରଶାସନ ସାଜିଛିି ମାଫିଆଙ୍କ ସୁରକ୍ଷା କବଚ : ବଢ଼ୁଛି ଚୋରା ମାଙ୍କଡା ପଥର ଚାଲାଣ

 ଢ଼େଙ୍କାନାଳ :  ଓଡାପଡା  ଅନ୍ତର୍ଗତ କାଣ୍ଡବିନ୍ଧା ରାଜସ୍ୱନିରୀକ୍ଷକଙ୍କ ଅଧୀନରେ ଥିବା ବଳରାମପୁର ଗ୍ରାମରେ ଦିନକୁ ଦିନ ବଢ଼ିଚାଲିଛି ଚୋରା ମାଙ୍କଡା ପଥର ଚାଲାଣ । ରାତି ହେଲେ ଜମୁଛି ପଥର ମାଫିଆଙ୍କ ଦୌରାତ୍ମ । ୨୦୨୩ ଠାରୁ ଖଣି ନିଲାମରେ ସ୍ଥାନ ପାଇନଥିବା ବଳରାମପୁର ପଥର ଖଣିରୁ ପ୍ରତେକ ଦିନ ଶହ ଶହ ଗାଡି ଆଖ ପାଖ ଅଞ୍ଚଳ ଏବଂ ପାଖ ଜିଲ୍ଲାକୁ ଚୋରା ଚାଲାଣ ହେଉଛି । ସ୍ଥାନୀୟ ପ୍ରଶାସନକଙ୍କୁ ମୋଟା ଅଙ୍କର ମାସିକିଆ ଚାନ୍ଦା ଦେଇ ଲୁଟିଚାଲିଛନ୍ତି ରାଜସ୍ୱ ସମ୍ପତ୍ତି । ଏ ବାବଦରେ ବିଭିନ୍ନ ଗଣମାଧ୍ୟମରେ ଏବଂ ଖବରକାଗଜରେ ପ୍ରକାଶିତ ହେଲେ ମଧ୍ୟ ମାନୁନାହାନ୍ତି ପଥର ମାଫିଆ । ଓଡାପଡା ତହସିଲଦାର, ସ୍ଥାନୀୟ କାଣ୍ଡବିନ୍ଧା ରାଜସ୍ୱ ନିରୀକ୍ଷକ, ଭାପୁର ବନ ବିଭାଗ  ଏବଂ ଜିଲ୍ଲା ଖଣିବିଭାଗ ସାଜିଛନ୍ତି ପଥର ମାଫିଆଙ୍କ ସୁରକ୍ଷା କବଚ । ଗତକାଲି ରାତିରେ ସ୍ଥାନୀୟ ଲୋକଙ୍କ ଅଭିଯୋଗ କ୍ରମେ ଏକ ପଥର ବୋଝେଇ ମାଙ୍କଡା ପଥର ବୋଝେଇ ଗାଡିକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ବିଭୁତି ଦେହୁରୀଙ୍କୁ ଗିରଫ କରାଯାଇଛି ।