ପ୍ରଶାସନର ଗେହ୍ଲାପୁଅ ସାଜିଛି ମାଫିଆ 

 ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଅଧିକାଂଶ ତହସିଲ ଅଞ୍ଚଳରେ ଲଘୁ ଖଣିଜ ଦ୍ରବ୍ୟ ବାବୁ ମାନଙ୍କ ଆଶୀର୍ବାଦରେ ମାଫିଆ ମାନେ ଲୁଟ କରୁଛନ୍ତି । ମୋରମ, ପଥରକୁ ଖୁଲମ ଖୁଲା ରାଜସ୍ୱ ବିଭାଗର ବାବୁ ମାନଙ୍କ ଇସାରାରେ ଚୋରା ଚାଲାଣ ହେଉଥିବା ସବୁବେଳେ ଚର୍ଚ୍ଚା ହୋଇଆସୁଛି । ଦୀର୍ଘ ବର୍ଷ ହେଲା ଲଘୁ ଖଣିଜ ଦ୍ରବ୍ୟ ଖଣି ବିଭାଗ ହାତରେ ରହିଥିଲେବି ରାଜସ୍ୱ ଓ ପୁଲିସ ବିଭାଗ ହାତକୁ ସିଂହ ଭାଗ ଯାଉଥିବା ଚର୍ଚ୍ଚା ହେଉଛି । ମୋରମ ହେଉକି ପଥର ଚୋରାରେ ଚାଲାଣ ବେଳେ ଫାଣ୍ଡି ଠାରୁ ଥାନା ପର୍ଯ୍ୟନ୍ତ ମାଫିଆଙ୍କ ଦଲାଲ ମାନଙ୍କ ସହଯୋଗରେ ସବୁ ଲେଖା ଛିଡେଇ ଚାଲାଣ ହେଉଥିବା ଆଲୋଚନା ହେଉଛି । ଜିଲ୍ଲାର ମୁଖ୍ୟତଃ କନିସୀ, କୁକୁଡାଖଣ୍ଡି, ପୁରୁଷୋତ୍ତମପୁର, ଦିଗପହଣ୍ଡି, ଆସିକା ଅଞ୍ଚଳ ରେ ଲୁଟ ର ମାତ୍ର ଅଧିକ ବୋଲି ଅଭିଯୋଗ ଆସୁଛି କ୍ଷ ଏହି ତହସିଲ ଅଞ୍ଚଳ ରେ ଛତୁ ଫୁଟିଲା ପରି ବେଆଇନ କ୍ରସର ୟୁନିଟ ଚାଲିଛି ଡିନା ମାଇଟ ଏବଂ ବିଭିନ୍ନ ବିସ୍ପୋରକ ଦ୍ୱାରା ପଥର ଫୁଟା ଯାଉଛି କିନ୍ତୁ ପୁଲିସ ଏବଂ ଜିଲ୍ଲା ପ୍ରଶାସନ ବଟି ଖାଇ ଚୁପ  । ଜିଲ୍ଲାରେ ଖଣି ବିଭାଗ ମନ୍ତ୍ରୀ ଦୀପ ତଳ ଅନ୍ଧାର ପରି ନ୍ୟାୟ  । ରାଜସ୍ୱ, ପୁଲିସ ଓ ଖଣି ବିଭାଗକୁ ଚୋରା ଚାଲାଣ ସମ୍ପର୍କରେ ସୂଚନା ହେଉକି ଅଭିଯୋଗ କଲେ ବିଭିନ୍ନ ବାହାନା ବା ଆଳ ଦେଖାଇ ବାବୁ ମାନେ ଅଭିଯୋଗକୁ ହାଲୁକା ଭାବେ ନେଉଥିବା ଦେଖିବାକୁ ମିଳୁଛି । ଆଖିକୁ ନଦେଖା ଦେଲେ ବି ଫାଣ୍ଡି, ଥାନା ଓ ରାଜସ୍ୱ ବିଭାଗର କାର୍ଯ୍ୟାଳୟ ନିକଟରେ ଟୋଲ ଗେଟ ଥିଲା ଭଳି ଚୋରା ଗାଡ଼ିରେ ଚାଲାଣ ବେଳେ ସେଠାରେ କିଛି ସମୟ ଅଟକି ଲେଖା ଛିଡିବା ପରେ ଚାଲିଯାଏ ବୋଲି ଆଲୋଚନା ହୁଏ । ଡ଼ବଲ ଇଞ୍ଜିନ ଆସିଲା ପରେ ଗଞ୍ଜାମ ଜିଲ୍ଲାରେ ଖଣିଜ ଦ୍ରବ୍ୟ ଖୁଲମ ଖୁଲା ଲୁଟ ହେଉଥିବା ଲକ୍ଷ କରାଯାଇଛି । ଜିଲ୍ଲା ପ୍ରଶାସନ ଏବଂ ପୁଲିସ ପ୍ରଶାସନର ମାଫିଆ ମାନେ ଗେଲ୍ହା ପୁଅ ସାଜିଥିବା ଦେଖିବାକୁ ମିଳୁଛି  । ପୁଲିସ ବିଭାଗ ବାବୁ ମାନଙ୍କ ଆଦାୟ ପ୍ରବଳ ପ୍ରତ୍ୟେକ ଥାନା ଏବଂ ଫାଣ୍ଡି ବାବୁ ମାନେ ଚୋରା ଚାଲାଣ ରେ ସାହାଯ୍ୟ କରୁଥିବାବି ଅଭିଯୋଗ ହେଉଛି  ।ସରକାର ଏଥିପ୍ରତି ଦୃଷ୍ଟି ଦେଇ ଇଡି, ସିବିଆଇ ଦ୍ୱାରା ଯାଞ୍ଚ ସହିତ ଚଢ଼ାଉ କଲେ ଅନେକ ଭଦ୍ର ମୁଖା ଖୋଲିଯିବ ଏବଂ ରାଜସ୍ୱ କ୍ଷତି ରୁ ମୁକୁଳିବେ ସରକାର ବୋଲି ବୁଦ୍ଧିଜୀବୀ ଓ ସାଧାରଣ ରେ ଦାବି ହେଉଛି  ।