ପ୍ରଶାସନିକ ବ୍ୟାଡମିଣ୍ଟନ ପ୍ରତିଯୋଗିତା

 ନୂଆପଡା : ଇନଡୋର ଷ୍ଟାଡିୟମ ନୂଆପଡ଼ା ଠାରେ ଆନ୍ତର୍ଜାତିକ ସମବାୟ ବର୍ଷ ଅବସରରେ  ସମବାୟ ବିଭାଗ, ଓଡ଼ିଶା ସରକାର, ନୂଆପଡ଼ା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା କ୍ରୀଡ଼ା ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପ୍ରଶାସନିକ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ପ୍ରତିଯୋଗିତାକୁ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାଶ ଏବଂ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉଦଘାଟନ କରିଥିଲ । ଡ଼ବଲସରେ ଷୋହଳଟି ପ୍ରଶାସନିକ ଅଧିକାରୀ ଦଳ ଭାଗନେଇ ଫାଇନାଲରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକ ଏବଂ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଅଧିକାରୀ ତଥା ସହଯୋଗୀ ଖେଳାଳି ନୂଆପଡ଼ାଙ୍କ ଦଳ ଫାଇନାଲକୁ ପ୍ରବେଶ କରିଥିଲେ । ଫାଇନାଲରେ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଧିକାରୀ ସୌମ୍ୟ କିଶୋର ଜୟପୁରିଆ ଓ ଆଲୋକ କୁମାର ପାତ୍ର ବିଜେତା ହୋଇଥିଲେ ଏବଂ ଜିଲ୍ଲାପାଳ ନୂଆପଡ଼ା ମଧୁସୂଦନ ଦାସ ଓ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର ଉପବିଜେତା ହୋଇଥିଲେ । ମିକ୍ସଡ ଡବଲସ ଫାଇନାଲରେ ଆରକ୍ଷୀ ଅଧିକ୍ଷକ ନୂଆପଡ଼ା  ଗୁଣ୍ଡଲା ରେଡ୍ଡୀ ରାଘବେନ୍ଦ୍ର ଓ ଗୋଷ୍ଠି ଉନ୍ନୟନ ଅଧିକାରୀ ସିନାପାଲି କର୍ମୀ ଓରାମ ବିଜେତା ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢ଼ାଇ  ଓ ଅତିରିକ୍ତ କୋଷାଗାର ଅଧିକାରୀ ମଧୁସ୍ମିତା ପରିଜା ଉପ- ବିଜେତା ହୋଇଥିଲା ।