ଖୋର୍ଦ୍ଧା ଓ କଟକ ବିଜୟୀ

ରାଜକନିକା : ରାଜକନିକା ଆଥେଲେଟିକ ଆସୋସିଏସନ ଆନୁକୂଲ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଂସଦ ଓ ଫୁଟବଲ ଆସୋସିଏସନ ଅଫ ଓଡିଶା ସହଯୋଗରେ ରାଜକନିକା ଠାରେ ଚାଲିଥିବା ୬୪ ତମ ସିନିଅର ଆନ୍ତ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ନାମେଣ୍ଟର ୬ଷ୍ଠ ଦିନ ଖେଳ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ମ୍ୟାଚରେ ଖୋର୍ଦ୍ଧା ୫ - ୦ ଗୋଲ ରେ ବିଜୟ ଲାଭ କରିଥିଲା । ଏହି ଖେଳରେ ମୁଖ୍ୟ ଅତିଥି ଭାବେ ଆସୋସିଏସନର ଉପସଭାପତି ତଥା ପଞ୍ଚଯାତ ସମିତିର ପ୍ରାକ୍ତନ ଅଧକ୍ଷ କପିଳେନ୍ଦ୍ର ମଲ୍ଲିକ, ସମ୍ମାନିତ ଅତିଥି ଭାବେ କାର୍ଯ୍ୟକାରୀ ସଦସ୍ୟ ବେଣୁଧର ପରିଡା, ରଙ୍ଗାଧର ବେହୁରା ଓ ଶରତ କୁମାର ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଦ୍ୱିତୀୟ ମ୍ୟାଚରେ କଟକ ୬-୦ ଗୋଲରେ ବିଜୟ ଲାଭ କରିଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଆସୋସିଏସନର ସଭାପତି ତଥା ପୂର୍ବତନ ବିଧାୟକ ଦୋଳ ଗୋବିନ୍ଦ ନାୟକ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଉପସଭାପତି ପ୍ରଫେସର ବୈକୁଣ୍ଠ ନାଥ ପରିଡା, ଯୁଗ୍ମ ସମ୍ପାଦକ ଡ.ଫକୀର ଚନ୍ଦ୍ର ପ୍ରଧାନ, କୋଷାଧକ୍ଷ ଦେବେନ୍ଦ୍ର କୁମାର ନାୟକ, କାର୍ଯ୍ୟକାରୀ ସଦସ୍ୟ ବିଜୟ କୁମାର ଭୂୟାଁ ଓ ଅକ୍ଷୟ କୁମାର ନାଥ, ମିଡ଼ିଆ ସମ୍ପାଦକ ଅଜୟ କୁମାର ରାଉତ ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠାନର ସାଧାରଣ ସମ୍ପାଦକ ଅଜୟ କୁମାର ନାୟକ, ଉପଦେଷ୍ଟା ଆଦିକନ୍ଦ ଦାସ, ବାସୁଦେବ ବେହେରା, କେତନ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଲୋକ ଦେହୁରୀ ଓ ଶଶିକାନ୍ତ ଦାସିଆ ଖେଳ ପରିଚାଳନା କରିଥିବାବେଳେ ଦିଲୀପ ରାଉତ ମ୍ୟାଚ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ । ୨୩ ତାରିଖ କଟକ ଓ ଝାରସୁଗୁଡା ମଧ୍ୟରେ ଜୋନ ଫାଇନାଲ ହେବ ବୋଲି ସାଧାରଣ ସମ୍ପାଦକ ଅଜୟ