ପ୍ରସିଦ୍ଧ କୃଷ୍ଣାଙ୍କ ଦମଦାର ବୋଲିଂ

 ନୂଆଦିଲ୍ଲୀ : ଆଇପିଏଲର ୩୫ତମ ମ୍ୟାଚ୍ରେ ପ୍ରସିଦ୍ଧ କୃଷ୍ଣାଙ୍କ ଦମଦାର ବୋଲିଂ ଦେଖିବାକୁ ମିଳିଛି । ଏହି ମ୍ୟାଚ୍ରେ ପ୍ରସିଦ୍ଧ କୃଷ୍ଣା ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ଗୁଜରାଟ ଟାଇଟାନ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । 
ଗୁଜୁରାଟ ପାଇଁ ପ୍ରସିଦ୍ଧ କୃଷ୍ଣା ୪ଟି ୱିକେଟ୍ ନେଇଥିଲେ । ତାଙ୍କ ବ୍ୟତୀତ ମହମ୍ମଦ ସିରାଜ, ଅରଶଦ ଖାନ, ଇଶାନ୍ତ ଶର୍ମା ଏବଂ ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।