ଭୋଟ ଦେବାରୁ ବଞ୍ଚିତ ହେବେ ଦଳିତ ପରିବାର
ଯାଜପୁର: ଜନସାଧାରଣଙ୍କ ଅଭିଯୋଗର ସମାଧାନ କରିବା ପାଇଁ ରାଜ୍ୟ ଓ ଦେଶର ସର୍ବୋଚ୍ଚସ୍ତରରୁ ଆସୁଥିବା ନିଦେ୍ର୍ଦଶକୁ ଅଧସ୍ତନ କର୍ମଚାରୀ ମାନେ ମାଡି ବସୁଥିବାର ଅଭିଯୋଗ ଅନେକ । ସ୍ୱଚ୍ଛ ଶାସନ ଓ ନିର୍ମଳ ପ୍ରଶାସନର ନାରା ଦେଉଥିବା କଲ୍ୟାଣକାରୀ ସରକାର କିନ୍ତୁ ଲୋକଙ୍କ ଦୁଃଖ ବୁଝି ପାରନ୍ତି ନାହିଁ । ବାରମ୍ବାର ପ୍ରଶାସନକୁ ଗୁହାରୀ କରିବା ପରେ ମଧ୍ୟ ୮ ମାସହେଲାଣି ନ୍ୟାୟ ପାଇ ନାହାନ୍ତି ଅନିତା ଜେନା । ଫଳରେ ତାଙ୍କ ପରିବାର ଭୋଟ ଦେବା ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଯାଜପୁର ସଦର ଥାନା ଅନ୍ତର୍ଗତ ଭୁଇଁପୁର ପଞ୍ଚାୟତର ମଲପଡା ଗ୍ରାମର ଅନିତା ଜେନାଙ୍କୁ ଜାତିଆଣ ଆକ୍ଷେପ ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବାରୁ ଅମର ସିଂହପୁର ଗ୍ରାମର ସଂଗ୍ରାମ ସାହୁ (ଟୁକୁ) ନାମରେ ଥାନାରେ ନଂ୨୩୨/୨୩ ରେପୋଆ ଆଇନ ସହିତ ବିଭିନ୍ନ ଧାରାରେ ମାମଲା ପଞ୍ଜୀକୃତ ହୋଇଥିଲା । ଅନିତା ଜେନାଙ୍କ ଖୁଡୀତାଶୁର ଅଶୋକ ଜେନା ଏହି ମାମଲାକୁ ରଫାଦଫା କରିବା ପାଇଁ ଅନିତା ଓ ତାଙ୍କ ସ୍ୱାମୀ ଘନଶ୍ୟାମଙ୍କୁ ଅଶ୍ଳୀଳ ଭାଷାରେ ଗାଳିକରି ନିଅାଁ, ପାଣି ବନ୍ଦ ସହ ସାହିରେ ରଖେଇ ଦେବି ନାହିଁ କହି ବିଦୁ୍ୟତ ସଂଯୋଗ କାଟିଦେଲା । ଜୀବନ ପ୍ରତି ବିପଦ ଥବା ଆଶଙ୍କା କରି ଅନିତାଙ୍କ ପରିବାର ରାତିରେ ଲୁଚି ପଳେଇ ଆସିଲେ । ଦୀର୍ଘ ୮ ମାସ ହେବ ବାହାରେ ବାରଦ୍ୱାର ହେଉଥିବା ଅନିତାଙ୍କ ପରିବାର ବହୁତ ମାନସିକ ନିର୍ଯାତନା ପାଉଛନ୍ତି । ଏନେଇ ଜିଲାପାଳ, ପୁଲିସ ମହାନିଦେ୍ର୍ଦଶ, ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି ବିଭାଗ, ମୁଖ୍ୟସଚିବ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଷ୍ଟ୍ରପତିଙ୍କ ସଚିବାଳୟରେ୨୫ ଜାନୁଆରିରେ ଅଭିଯୋଗ କରାଯାଇଥିଲା । ଅପ୍ରେଲ୍ ୨୯ତାରିଖରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଭୀମ ଆର୍ମି ପକ୍ଷରୁ ଧାରଣା ଦିଆଯାଇଥିଲା । ଏନେଇ ଭୀମ ଆର୍ମିର ପ୍ରତିନିଧି ଦଳ ଜିଲା ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ ଓ ଜିଲାପାଳ ନିଖିଲ୍ ପବନ କଲ୍ୟାଣଙ୍କୁ ଭେଟି ଏହି ସମସ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲାପାଳ ଓ ଏସ୍ପି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏହା ପାଣିରଗାର ପାଲଟିଗଲା । କେଉଁ ଅଦୃଶ୍ୟ ଶକ୍ତି ପ୍ରଭାବରେଏସ୍ପି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ତାହା ତଦନ୍ତ ସାପେକ୍ଷ । ‘ସୂର୍ଯ୍ୟପ୍ରଭା’ରେ ମଧ୍ୟ ଏନେଇ ଡିସେମ୍ବର ୩୧ ତାରିଖରେ ଓ ଅପ୍ରେଲ୍ ୨୮ ତାରିଖରେ ବିସ୍ତୃତଖବର ପ୍ରସାରଣ କରାଯାଇଥିଲା । ଅନିତା ଓ ସ୍ୱାମୀ ଘନଶ୍ୟାମ ଯାଜପୁର ନିର୍ବାଚନ ମଣ୍ଡଳୀର ପାର୍ଟ ୧୮(ମାଲପଡା)ର ଯଥାକ୍ରମେ ୪୪ ଓ ୫୪ କ୍ରମିକ ନମ୍ବରରେ ଭୋଟର ଭାବେ ପଞ୍ଜୀକୃତ ହୋଇଛନ୍ତି । ଜୁନ୍ ପହିଲାରେ ସେମାନେ କିପରି ନିଜ ନିଜର ମତାଧିକାର ସାବ୍ୟସ୍ତକରିବେ? ଏନେଇ ୦୮- ଯାଜପୁର(ସଂ) ଲୋକସଭା ଆସନର ପ୍ରାର୍ଥୀ (ସ୍ୱାଧୀନ) ଭୈରବ ପ୍ରସାଦ ବେହେରା ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ଅବଗତ କରାଇଛନ୍ତି । ଅନିତାଙ୍କ ପରିବାର ଦୁଃଖ କେବେ ଦୂର ହେଉଛି ତାହା ଦେଖିବାକୁ ବାକି ରହିଲା ।