ବାଂଲାଦେଶୀ ସନେ୍ଦହରେ  ଫେରିବାଲା ଅଟକ; ଉଦ୍ଧାର କଲା ପୁଲିସ 


ାା ପ୍ରଭାନୁ୍ୟଜ ।ା ବ୍ରହ୍ମବରଦା :ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାର ଭାରତରହିନ୍ଦୁ ଧର୍ମାବଲମ୍ବୀ ମାନଙ୍କ ଭାବାବେଗକୁ ଶକ୍ତ ଆଘାତ ଲାଗିଛି । ଯାହାକୁ ନେଇ ଭାରତରେ ବସବାସ କରୁଥିବା ବାଂଲାଦେଶୀଙ୍କୁ ଦେଶରୁ ତଡିପାତ କରିବା ପାଇଁ ଦେଶବାସୀ ମାନଙ୍କ ମନରେ କ୍ରୋଧର ନିଆଁ ଜଳୁଛି । ଯାହାର ପ୍ରଭାବ ସାରା ଦେଶରେ ପଡ଼ିବା ସଙ୍ଗେ ସଙ୍ଗେ ଏହାର ଏକ ଉଦାହରଣ ବ୍ରହ୍ମବରଦା ଥାନା ଅଧିନ ବିଭିନ୍ନ ଗ୍ରାମାଞ୍ଚଳ ମାନଙ୍କରେ ଏବେ ଦେଖିବାକୁ ମିଳିଛି । ବ୍ରହ୍ମବରଦା ଥାନା ଅଧିନ ରୁଦ୍ରପୁର ପଞ୍ଚାୟତ ସାନବାଗସାହି ଗ୍ରାମର ଲୋକେ ଜଣେ ଫେରିବାଲାକୁ ସନେ୍ଦହରେ ବାଂଲାଦେଶୀ ନାଗରିକ ଭାବି ଅଟକ ରଖି ବ୍ରହ୍ମବରଦା ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଚି ଉକ୍ତ ଫେରିବାଲାର ଆଧାର କାର୍ଡ ଓ ତାର ଭୋଟର ପରିଚୟ ପତ୍ରକୁ ତଦାରଖ କରିଥିଲେ । ଯାହାଦ୍ୱାରା ସେ ପଶ୍ଚିମବଙ୍ଗ ରାଜ୍ୟର ମେଦିନୀପୁର ଜିଲ୍ଲା ଅଞ୍ଚଳର ବୋଲି ଜାଣିବାକୁ ପାଇଥିଲେ । ତା ସହିତ ଉକ୍ତ ଫେରିବାଲା ଜଣକ ଚଣ୍ଡିଖୋଲ ଅଞ୍ଚଳରେ ଏକ ହିନ୍ଦୁ ଲୋକଙ୍କ ଘରେ ଭଡାନେଇ ରହୁଥିବା ସମ୍ପୃକ୍ତ ମଲିକ ସହିତ ଯୋଗାଯୋଗ କରି ସେ ଜଣେ ଭାରତୀୟ ନାଗରିକ ବୋଲି ଆଇଆଇସି ଅଂଶୁମାଳା ଦାସ ସୂଚନା ଦେଇଥିଲେ । ପ୍ରମାଣ ପାଇବା ପରେ ତୁରନ୍ତ ଉକ୍ତ ଫେରିବାଲାକୁ ଗ୍ରାମବାସୀଙ୍କ କବଳରୁ ଉଦ୍ଧାର କରି ଛାଡି ଦେଇଥିଲେ । ଉକ୍ତ ଘଟଣାକୁ କେନ୍ଦ୍ର କରି ବ୍ରହ୍ମବରଦା ଅଞ୍ଚଳ ଯେହେତୁ ଏକ ସଂଖ୍ୟା ଲଘୁ ବିଶିଷ୍ଟ ଅଞ୍ଚଳ ଆଗକୁ ଯେପରି ଏହାର ପୁନରାବୃତି କିମ୍ୱା କୌଣସି ହିଂସା ନ ଘଟେ ସେଥିଲାଗି ପୁଲିସ ପକ୍ଷରୁ  ଥାନାଞ୍ଚଳ ପାଇଁ ଦୁଇ ସେକ୍ସନ୍ ଫୋର୍ସ ମୁତୟନ କରାଯାଇଥିବା ଥାନା ପକ୍ଷରୁ ସୂଚନା ଦିଆଯାଇଛି ।