ସଂଖ୍ୟାଲଘୁ ଅଧିକାର ଦିବସ

 କେନ୍ଦ୍ରାପଡା: କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଫକୀରବାଦ ଠାରେ ସ୍ୱଚ୍ଛାସେବୀ ଶିକ୍ଷାନୁଷ୍ଠାନ ଜାବିର ବିନ କବିର ତରଫରୁ ଜାତୀୟ ସଂଖ୍ୟାଲଘୁ ଅଧିକାରୀ ଦିବସ ପାଳନ ହୋଇଯାଇଛି । ଭାରତରେ ସଂଖ୍ୟାଲଘୁ ଅଧିକାର ଦିବସ ପ୍ରତିବର୍ଷ ଡିସେମ୍ବର ୧୮ ରେ ପାଳନ କରାଯାଏ, ସଂଖ୍ୟାଲଘୁଙ୍କ ଅଧିକାର ପ୍ରତି ଭାରତର ପ୍ରତିବଦ୍ଧତା ବିବିଧତା ମଧ୍ୟରେ ଏକତାର ପ୍ରତିବଦ୍ଧତା ଦେଖିବାକୁ ମିଳେ । ଭାରତୀୟ ସମ୍ବିଧାନ ସଂଖ୍ୟାଲଘୁ ସମେତ ସମସ୍ତ ଲୋକଙ୍କୁ ମୈାଳିକ ଅଧିକାର ପ୍ରଦାନ କରିଥାଏ ଏବଂ ଜୀବନର ସମସ୍ତ କ୍ଷେତ୍ରରେ ସମାନ ସୁଯୋଗ ସୃଷ୍ଟି କରୁଥିବା ବେଳେ ସେମାନଙ୍କୁ ଭେଦଭାବରୁ ରକ୍ଷା କରିଥାଏ । ଭାରତୀୟ ସଂସ୍କୃତିରେ ବିବିଧତା ପାଇଁ ପ୍ରକୃତ ଅନ୍ତର୍ଭୂକ୍ତ ଏବଂ ପ୍ରଶଂସାକୁ ପ୍ରୋସôାହିତ କରିଥାଏ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ସେକ ଲିୟାକତ ଅଲି, ସଭାପତି ମହମ୍ମଦ ଆମିର, ସେକ ନାସିମୁଦ୍ଦିନ, ଅବରାର ହସରତ ଖାନ, ନଇମ ଖାନ, ସେକ ସମଶେର ଅଲି, ସେକ ନିୟାଜÿୟୁଦ୍ଦିନ, ଆଦି ଉପସ୍ଥିତି ଥିଲେ ।